ଭାରତରେ ଦିଆଯିବ କୋଭିଡ୍ ଟିକାର ବୁଷ୍ଟର ଡୋଜ୍
1 min readନୂଆଦିଲ୍ଲୀ: ଆମେରିକା, ବ୍ରିଟେନ୍ ସହ ଦୁନିଆର ଅନେକ ଦେଶରେ ଓମିକ୍ରନ୍ ଆତଙ୍କ ପରେ କୋଭିଡ୍ ଟିକାର ବୁଷ୍ଟର ଡୋଜର ଗୁରୁତ୍ୱ ବଢ଼ିଛି । ଏବେ ଭାରତରେ ନୂଆ ଭାରିଆଣ୍ଟର ବିପଦକୁ ଦେଖି ୪୦ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍ ଦେବାକୁ ସୁପାରିସ୍ କରାଯାଇଛି । ବିଶିଷ୍ଟ ଭାରତୀୟ ଜିନୋମ ବୈଜ୍ଞାନିକ ଏହି ସୁପାରିସ୍ କରିଛନ୍ତି ।
INSACOG ପକ୍ଷରୁ ସାପ୍ତାହାକି ବୁଲେଟିନରେ କୁହାଯାଇଛି, ଟିକା ନେଇନଥିବା ସମସ୍ତଙ୍କୁ ଭ୍ୟାକ୍ସିନ୍ ସହ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦେବା ନେଇ ଚିନ୍ତା କରାଯାଇପାରେ । ପ୍ରଥମେ ହାଇରିସ୍କରେ ଥିବା ଲୋକଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ । ନିକଟରେ ଲୋକସଭାରେ ବୁଷ୍ଟର ଡୋଜ୍ ଲାଗି ସାଂସଦ ମଧ୍ୟ ଦାବି କରିଥିଲେ ।
ଅନ୍ୟପଟେ ଭାରତରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଓମିକ୍ରନ ଭାରିଆଣ୍ଟର ୨ଟି ମାମଲା ଚିହ୍ନଟ ହୋଇଛି । ଜଣେ ସଂକ୍ରମିତ ବିଦେଶରୁ ଫେରିଥିବା ବେଳେ ଅନ୍ୟ ଜଣେ ଡାକ୍ତର । ଡାକ୍ତର ଜଣଙ୍କର କୌଣସି ବିଦେଶ ଗସ୍ତ ବିବରଣୀ ନାହିଁ । ଦୁହେଁ କରୋନା ଭ୍ୟାକ୍ସିନର ୨ଟି ଡୋଜ୍ ମଧ୍ୟ ନେଇଛନ୍ତି । ଉଭୟଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ସେଥିରୁ ଜଣେ ସଂକ୍ରମିତ ଦୁବାଇ ପଳାଇଛନ୍ତି ।