ପାକିସ୍ତାନରେ କେଉଁ ଭାରତୀୟ ଅଭିନେତାଙ୍କ ଫିଲ୍ମ ଅଧିକ ରୋଜଗାର କରିଛି ?

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେମା ଦେଶ ବିଦେଶରେ ମଧ୍ୟ ଭଲ ରୋଜଗାର କରିଥାଏ । ଏମିତିକି ତିନି ଖାନଙ୍କ ବହୁ ଫ୍ୟାନ୍ସ ବିଦେଶରେ ରହିଛନ୍ତି । କେବଳ ତିନି ଖାନ ନୁହଁନ୍ତି ବାକି ଷ୍ଟାରଙ୍କୁ ମଧ୍ୟ ବେଶ ଭଲ ପାଇଥାନ୍ତି ବିଦେଶୀ । ଯାହାର ଅନେକ ଜ୍ବଳନ୍ତ ଉଦାହରଣ ଏବଂ କଲେକ୍ସନ କଥା କହିବା ତାହେଲେ ବିଦେଶରୁ ଜଣାପଡ଼ିଛି । ତେବେ ଆସନ୍ତୁ ଜାଣିବା କି ଆମର ପାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ପାକିସ୍ତାନରେ କେଉଁ ଭାରତୀୟ ଅଭିନେତାଙ୍କ ଫିଲ୍ମର ଅଧିକ କ୍ରେଜ୍ ରହିଛି ଏବଂ ଅଧିକ ରୋଜଗାର କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପାକିସ୍ତାନରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ମଧ୍ୟରେ ପାକିସ୍ତାନ ଫିଲ୍ମକୁ ପଛରେ ପକାଇଛି ଭାରତୀୟ ସିନେମା ।
ତେବେ ପାକିସ୍ତାନରେ ଏଯାବତ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ତାଲିକାର ଉପରେ ରହିଛି ’ଦ ଲିଜେଣ୍ଡ ଅଫ୍ ମୌଲା ଜଟ୍ ’। ଯାହାକି ୨୦୨୨ ମସିହାରେ ରିଲିଜ ହୋଇଥିବାବେଳେ କେବଳ ପାକିସ୍ତାନରେ ୪୦୧.୨ କୋଟି ଟଙ୍କା ରୋଜଗାର କରିଥିଲା । ତେବେ ଦ୍ବିତୀୟ ସ୍ଥାନରେ ପାକିସ୍ତାନୀ ଫିଲ୍ମ ’ଜବାନୀ ଫିର ନେହିଁ ଆନି’ ଦ୍ବିତୀୟ ସ୍ଥାନରେ ରହିଛି । ଏହା ୨୦୧୮ ମସିହାରେ ୫୩ କୋଟି ଟଙ୍କା ବ୍ୟବସାୟ କରିଥିଲା । ତେବେ ପାକିସ୍ତାନୀ ଫିଲ୍ମକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିଛି ’ସଞ୍ଜୁ’ । ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ରଣବୀର କପୁର ଅଭିନୟ କରିଥିଲେ । ଏହା କେବଳ ପାକିସ୍ତାନରେ ୩୭.୬୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହାକୁ ବେଶ ପସନ୍ଦ ମଧ୍ୟ କରିଥିଲେ ପାକିସ୍ତାନୀ ଦର୍ଶକ । ଏହାସହ ଟପ୍ ଟେନ ମଧ୍ୟରେ କେବଳ ସଲମାନ ଖାନଙ୍କ ଅଭିନୀତି ଫିଲ୍ମ ସୁଲତାନ ରହିଛି । ଯାହାକି ୩୩ କୋଟି ଟଙ୍କା କେବଳ ପାକିସ୍ତାନରୁ ବ୍ୟବସାୟ କରିଛି ।