ଡେଙ୍ଗୁରୁ ଆରୋଗ୍ୟ ହୋଇ ପ୍ରାକ୍ଟିସ ଆରମ୍ଭ କରିଛନ୍ତି ଭାରତୀୟ ବିସ୍ଫୋରକ ବ୍ୟାଟର

1 min read

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ପାଇଁ ବଢୁଛି ଚିନ୍ତା । ଡେଙ୍ଗୁରୁ ଆରୋଗ୍ୟ ହୋଇ ଅହମ୍ମଦାବାଦରେ ପହଞ୍ଚି ପ୍ରାକ୍ଟିସ ଆରମ୍ଭ କରିଛନ୍ତି ଭାରତୀୟ ଡାହାଣ ହାତୀ ବ୍ୟାଟର୍‌ ଶୁବମନ ଗିଲ ।  ଯଦି ସ୍ବାସ୍ଥ୍ୟ ଠିକ ରୁହେ ତେବେ ପାକିସ୍ତାନ ବିପକ୍ଷରେ ଭାରତୀୟ ପ୍ଲେଇଂ ୧୧ରେ ମଇଦାନକୁ ଓହ୍ଲାଇବେ ଏହି ବିସ୍ଫୋରକ ବ୍ୟାଟର ।  ଶୁକ୍ରବାର ସକାଳ ତାଙ୍କୁ ନେଟରେ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି। ଖୁସିର କଥା ହେଲା ଏକ ଘଣ୍ଟା ବ୍ୟାଟିଂ କରିବା ସତ୍ତ୍ବେ ଶୁବମନଙ୍କୁ ଅସହଜ ହେବାର ଦେଖିବାକୁ ମିଳି ନ ଥିଲା । ଯଦି ଶୁବମନ ପାକିସ୍ତାନ ବିରୋଧରେ ଖେଳନ୍ତି ତେବେ ୨ଟି ଦୃଷ୍ଟିରୁ ଏହା ଭାରତ ପାଇଁ ମଙ୍ଗଳମୟ ହେବ ।

ପ୍ରଥମ ଟପ ଅର୍ଡରରେ ସେ ଇସାନ କିଷାନଙ୍କ ତୁଳନାରେ ଭଲ ବ୍ୟାଟିଂ କରିପାରିବେ । ଏବଂ ଦ୍ବିତୀୟରେ ଅହମ୍ମଦାବାଦ ଷ୍ଟାଡିୟମରେ ଶୁଭମନଙ୍କ ରେକର୍ଡ ଖୁବ ଭଲ ରହିଛି । ଏଠାରେ ସେ ଏଯାବତ ଦିନିକିଆ ଖେଳି ନ ଥିଲେ ମଧ୍ୟ ୩ଟି ଷ୍ଟେଷ୍ଟ ଗୋଟିଏ T-20ରେ ସେ ୨ଟି ଶତକ ସହ ୯୩ ଆଭରେଜରେ ରନ୍‌ ସଂଗ୍ରହ କରିଥିଲେ ।