ୟୁକ୍ରେନ ରାଜଧାନୀ କିଭରେ ଖୁବଶୀଘ୍ର ଖୋଲିବ ଭାରତୀୟ ଦୂତାବାସ, ଋଷର ଆକ୍ରମଣ ପରେ ବନ୍ଦ ଥିଲା ଦୂତବାସ
1 min readନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀ କିଭରେ ଖୁବଶୀଘ୍ର ଖୋଲିବ ଭାରତୀୟ ଦୂତାବାସ । ଆସନ୍ତା ୧୭ ତାରିଖରୁ ଭାରତୀୟ ଦୂତାବାସ ପୁଣି ଥରେ କିଭରେ କାର୍ଯ୍ୟକ୍ଷମ ହୋଇପାରେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ସୂଚନା ଅନୁସାରେ ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣ ପରେ କିଭ୍ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ କରିଦିଆଯାଇଥିଲା । ମାର୍ଚ୍ଚ ୧୩ ତାରିଖରୁ ଭାରତୀୟ ଦୂତାବାସକୁ ପୋଲାଣ୍ଡ ରାଜଧାନୀ ଓ୍ୱାର୍ସାକୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ଯୁଦ୍ଧ ବିଭୀଷୀକା ଟିକେ କମିବା ପରେ ପୁଣି ଥରେ କିଭରୁ ଦୂତାବାସ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
Indian Embassy to resume operation in Kyiv from next week
Read @ANI Story | https://t.co/xWRqrz0ji9#IndianEmbassy #India #Ukraine #Kyiv #Poland #UkraineConflict pic.twitter.com/MgK6X8LrBL
— ANI Digital (@ani_digital) May 13, 2022