spot_img

Latest Posts

Indian Economy: ବଡ଼ ହ୍ରାସ ଆଡ଼କୁ ଭାରତୀୟ ଅର୍ଥନୀତି, ଫିଚର ଅନୁମାନ- ଚଳିତ ବର୍ଷ ୧୦.୫ ଖସିବ GDP

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥନୀତି ବଡ଼ ପରିମାଣରେ ହ୍ରାସ ପାଇବ । GDP ୧୦.୫ ପ୍ରତିଶତ ଖସିବା ନେଇ ରେଟିଂ ଏଜେନ୍ସି ଫିଚ୍ ଆକଳନ କରିଛି । ଅର୍ଥାତ୍ ବିକାଶ ଦର -୧୦.୫ ପ୍ରତିଶତ ହୋଇପାରେ । କରୋନା ସଂକଟ ପାଇଁ ଦେଶର ଜୁନ୍ ତ୍ରୈମାସିକ ଜିଡିପିରେ ୨୩.୯ ପ୍ରତିଶତ ହ୍ରାସ ପାଇଛି ।

ଏହି ହ୍ରାସ ଗତ ୪୦ ବର୍ଷରେ ସର୍ବକାଳୀନ ରେକର୍ଡ । ମାର୍ଚ୍ଚ ଶେଷ ସପ୍ତାହରେ କଠୋର ଲକଡାଉନ୍ ଲାଗୁ ହେବାପରେ ଅର୍ଥବ୍ୟବସ୍ଥା ତଳମୁହାଁ ହୋଇଥିଲା । ରେଟିଂ ଏଜେନ୍ସି ଫିଚ୍ କହିଛି- ‘ଅର୍ଥ ବ୍ୟବସ୍ଥା ପୁଣି ଖୋଲିବା ପରେ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକରେ ଜିଡିପିରେ ମଜଭୁତ୍ ସୁଧାର ଆସିବା ଦରକାର, ତେବେ ଏବେ ମିଳୁଥିବା ସଂକେତ ଅନୁସାରେ ସୁଧାର ଧୀର ହେବ ।’

ଦେଶର ଜିଡିପି ଜୁନ୍ ତ୍ରୈମାସକରେ ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଛି । ଏହାକୁ ଦେଖି ବିଶେଷଜ୍ଞ ଦ୍ୱିତୀୟ ସହାୟତା ପ୍ୟାକେଜ ପାଇଁ ଦାବି କରୁଛନ୍ତି । ସରକାର ମଧ୍ୟ ଦ୍ୱିତୀୟ ସହାୟତା ପ୍ୟାକେଜ ଆଣିପାରନ୍ତି । ତେବେ, ବଜାରରେ କରୋନା ଟିକା ଉପଲବ୍ଧ ନହେବା ଯାଏଁ ଏମିତି ହୋଇନପାରେ ।

ଜୁନ୍ ତ୍ରୈମାସିକରେ ବଡ଼ ହ୍ରାସ

ଫିଚ୍ କହିଛି- ‘କରୋନା ସଂକଟ ପାଇଁ ଏପ୍ରିଲରୁ ଜୁନ୍ ଚଳିତ ଆର୍ଥିକ ବର୍ଷର ତ୍ରୈମାସିକ ବିକାଶ ଦର ୨୩.୯ ପ୍ରତିଶତ ହ୍ରାସ ପାଇଥିଲା । ଅର୍ଥାତ୍ ଜିଡିପିର ଏକ ଚତୁର୍ଥାଂଶ କମିଛି ।’ ପ୍ରଥମ ତିନିମାସରେ ରିଅଲ ଜିଡିପି ୨୬.୯୦ ଲକ୍ଷ କୋଟି ଟଙ୍କା ରହିଛି । ଯେତେବେଳେ କି ଗତ ବର୍ଷ ଏହି ସମୟରେ ଏହା ୩୫.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହି ପ୍ରକାରେ ଜିଡିପିରେ ୨୩.୯ ପ୍ରତିଶତ କମି ଆସିଛି । ଗତବର୍ଷ ଏହି ସମୟରେ ଜିଡିପିରେ ୫.୨ ପ୍ରତିଶତ ବୃଦ୍ଧି ହୋଇଥିଲା ।

କେମିତି ମପାଯାଏ GDP

କୌଣସି ଦେଶରେ ସୀମାରେ ଏକ ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ବସ୍ତୁ ଓ ସେବାର ମୋଟ ବଜାର ମୂଲ୍ୟକୁ ସକଳ ଘରୋଇ ଉତ୍ପାଦ (GDP) କୁହାଯାଏ । ଏହା କୌଣସି ଦେଶରେ ଘରୋଇ ଉତ୍ପାଦନର ବିସ୍ତୃତ ମାପ ହୋଇଥାଏ । ଏହା ଦେଶର ଅର୍ଥନୀତି କେମିତି ଚାଲିଛି ସୂଚାଏ । ଜିଡିପି ଆର୍ଥିକ ଅଭିବୃଦ୍ଧି ଓ ବିକାଶର ମାପ । ଯେତେବେଳେ ଅର୍ଥ ବ୍ୟବସ୍ଥା ମଜଭୁତ୍ ହୁଏତ ବେରୋଜଗାରୀ କମେ । ଲୋକଙ୍କ ଆୟ ବଢ଼େ । ଶିଳ୍ପ ଜଗତ କାମ ବୃଦ୍ଧି ଓ ଆବଶ୍ୟକତା ପୂରଣ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଏ ।

ଭାରତୀୟ ଅର୍ଥନୀତିକୁ ଶକ୍ତ ଝଟକା, ୪୦ ବର୍ଷ ମଧ୍ୟରେ ଜିଡିପି ସର୍ବକାଳୀନ ହ୍ରାସ

 

Latest Posts

Don't Miss