ଅର୍ଥନୀତିରେ କରୋନା ମାଡ଼, ଗତ ୪୦ ବର୍ଷର ସବୁଠୁ ଖରାପ ସ୍ଥିତି

1 min read

ଭୁବନେଶ୍ୱର: ଭାରତୀୟ ଅର୍ଥନୀତିରେ କରୋନା ଭାଇରସର ପ୍ରଭାବ । ୨୦୨୦-୨୧ ଆର୍ଥିକବର୍ଷରେ ଜିଡିପି ମାଇନସ ୭ ଦଶମିକ ୩ ପ୍ରତିଶତ ରହିଛି । ଯାହା ଗତ ୪୦ ବର୍ଷର ସବୁଠୁ ଖରାପ ସ୍ଥିତି । ଚଳିତବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ୧ ଦଶମିକ ୬ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ କେନ୍ଦ୍ର ସରକାର ଅଭିବୃଦ୍ଧି ହାର ମାଇନସ ୮ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲେ । ଗତବର୍ଷ ଲକଡାଉନ୍‌ ସମୟରୁ ହିଁ ଭାରତୀୟ ଅର୍ଥନୀତି ମାଇନସ ଟ୍ରାକ୍‌ରେ ରହିଛି ।

ଧୀରେ ଧୀରେ ସ୍ଥିତି ସୁଧୁରୁଥିଲେ ମଧ୍ୟ କଟକଣା ଓ ଦ୍ବିତୀୟ ଲହର ଯୋଗୁଁ ଏପରି ସ୍ଥିତି ହୋଇଥିବା ଅନୁମାନ କରାଯାଉଛି । ଗତବର୍ଷ ପୂରା ଦେଶରେ ଲକଡାଉନ୍‌ ଯୋଗୁଁ ମାଇନସ୍‌ ୨୪ ପ୍ରତିଶତକୁ ଖସିଯାଇଥିଲା ଅବିବୃଦ୍ଧି ହାର । ୨୦-୨୧ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସିକରେ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବ ଆଶା କରାଯାଉଥିଲା । ଏହି ସମୟରେ ଜିଏସଟି ସଂଗ୍ରହ ମଧ୍ୟ ଭଲ ହୋଇଥିଲା । ତଥାପି ଆର୍ଥିକ ସ୍ଥିତିର ଉନ୍ନତିରେ ବିଶେଷ କିଛି ସଫଳତା ମିଳିନାହିଁ । ୧୯-୨୦ ବର୍ଷର ଏହି ମାସରେ ଅଭିବୃଦ୍ଧି ହାର ୪ ଦଶମିକ ୦ ପ୍ରତିଶତ ଥିଲା ।

Leave a Reply