କାନପୁର ଟେଷ୍ଟରେ ଶୁଭିଲା “ପାକିସ୍ତାନ ମୁର୍ଦ୍ଦାବାଦ” ନାରା; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

1 min read

କାନପୁର: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । କାନପୁରରେ ଖେଳାଯାଉଛି ଏହି ଦୁଇ ଟିକିଆ ସିରିଜର ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ବିକେଟ ହରାଇ କରିଛି ୨୫୮ ରନ । ତେବେ ଆଜିର ମ୍ୟାଚ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

https://twitter.com/pant_fc/status/1463738233364250626?s=20

ଟସ୍ ଜିତି ବ୍ୟାଟିଂ କରୁଥିବା ସମୟରେ ଭାରତ ଭଳ ଆରମ୍ଭ କରିଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଭାରତ ବ୍ୟାଟିଂର ଷଷ୍ଠ ଓଭରରେ ହୋଇଛି । ଯେତେବେଳେ ଶୁଭମନ ଗିଲ୍ ଓ ମୟଙ୍କ ଅଗ୍ରଓ୍ବାଲ ବ୍ୟାଟିଂ କରୁଥିଲେ । ସେହି ସମୟରେ ଷ୍ଟାଣ୍ଡରୁ ଶୁଣିବାକୁ ମିଳିଥିଲା ପାକିସ୍ତାନ ମୁର୍ଦ୍ଦାବାଦର ନାରା । ଏହା ବ୍ୟତୀତ ଭାରତୀୟ ଖେଳାଳିଙ୍କୁ ସମର୍ଥନ ଜଣାଇ ପ୍ରଶଂସକ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟର ନାରା ଦେଇଥିଲେ ।

ରାଜନୈତିକ ଓ କୂଟନୈତିକ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉ ନାହିଁ । କେବଳ ଆଇସିସି ଇଭେଣ୍ଟରେ ଏହି ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି । ନିକଟରେ ହୋଇଥିବା ଟି-୨୦ ବିଶ୍ବକପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରିଥିଲା ପାକିସ୍ତାନ । ବିଶ୍ବକପ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ପରାଜିତ କରିଥିଲା ପାକିସ୍ତାନ ।

Leave a Reply