ସିୟାଚିନରେ ପ୍ରଥମ ମହିଳା ସୈନିକ

ରାଜସ୍ଥାନ: ରାଜସ୍ଥାନର ଉଦୟପୁର ବାସିନ୍ଦା କ୍ୟାପଟେନ୍ ଶିବା ଚୌହାନ୍ । ସିୟାଚିନ୍ ଗ୍ଲେସିୟର ଉପରେ ପ୍ରଥମ ମହିଳା ସୈନିକ ଭାବେ ନିୟୋଜିତ ହୋଇଛନ୍ତି । ଏବଂ ଦୁନିୟାର ସବୁଠାରୁ ଉଚ୍ଚ ଋଣକ୍ଷେତ୍ରରେ ପ୍ରଥମ ମହିଳା ସୈନିକ ଭାବରେ ରେକର୍ଡ ମଧ୍ୟ ବନାଇଛନ୍ତି । ଭାରତୀୟ ସେନା ଅନୁଯାୟୀ ସିୟାଚିନ୍ ବ୍ୟାଟେଲ୍ ସ୍କୁଲରେ ୧ମାସର କଡା ପ୍ରଶିକ୍ଷଣ ଶିକ୍ଷାଲାଭ କରି କ୍ୟାପଟେନ ଶିବା ଚୌହାନକୁ ସିୟାଚିନ୍ ଗ୍ଲେସିୟରର ସବୁଠୁ ଉଚ୍ଚ ସୀମା ଚୌକୀ ,କୁମାର ପୋଷ୍ଟରେ ନିୟୋଜିତ କରାଯାଇଛି । କୁମାର ପୋଷ୍ଟଟି ସାଢେ ୧୪ହଜାର ଫୁଟ ହୋଇଥିବା ବେଳେ ୧୨ମାସ ଯାକ ବରଫରେ ଘୋଡାଇ ହୋଇ ରହିଥାଏ ।
୧୧ବର୍ଷ ବୟସରଙ୍କ ନିଜ ପିତାଙ୍କୁ ହରାଇଥିବା ଶିବା ଚୌହାନ୍‌ଙ୍କର ଲାଳନପାଳନ ତାଙ୍କ ମା କରିଛନ୍ତି । ଉଦୟପୁରରୁ ପ୍ରାଥମିକ ଶିକ୍ଷା ଲାଭ କରିଥିବା ଶିବା ଉଦୟପୁରର ଏନଜେଆର ଇଂନଷ୍ଟିଚ୍ୟୁଟ୍ ଇଂଜିନିୟରିଂ ଡିଗ୍ରୀ ନେଇଛନ୍ତି । ଛୋଟବେଳୁ ହିଁ ସେ ସେନାରେ ଭର୍ତି ହେବାର ସ୍ୱପ୍ନ ଦେଖୁଥିବା ଶିବା ସେନାର ସିଡିଏସ ପରୀକ୍ଷା ପାଶ୍ କରି ୨୦୨୧ରେ କୋର ଅଫ ଇଂଜିନିୟର୍ସରେ ସାମିଲ ହୋଇଯାଇଥିଲେ ।
ଲେହ ସ୍ଥିତ ସେନାର ଫାୟାର ଏଣ୍ଡ ଫ୍ୟୁରି କୋରରେ ଶିବା ଚୌହାନ ନିଜର ଏକ ଫଟୋ ଟ୍ୱିଟ କରି ଲେଖିଛନ୍ତି ଆଉଗୋଟେ ଗ୍ଲାସ ସିଲିଂ ଭାଙ୍ଗିଲା । କୁମାର ପୋଷ୍ଟ ଉପରେ ନିୟୋଜିତ ଥିବା ପ୍ରଥମ କ୍ୟାପଟେନ ଶିବା ସିୟାଚିନ୍ ବ୍ୟାଟେଲ ସ୍କୁଲରେ ଏଣ୍ଡୁୟରେନ୍ସ ଟ୍ରେନିଂ, ଆଇସ ବଲ୍ କ୍ଲାଇମ୍ବିଙ୍ଗ୍‌, ଏବଲଂଚ ଏଣ୍ଡ କ୍ରେବାସ ରେସ୍କ୍ୟୁ ଓ ସର୍ବାଇବଲ ଡ୍ରିଲ୍ର କଡା ପ୍ରଶିକ୍ଷଣ ନେଇଛନ୍ତି ।
ଭାରତୀୟସେନା କହିବା ମୁତାବକ ଶିବା ନିଜର ପ୍ରଥମ ବର୍ଷରେ ଧେର୍ଯ୍ୟ ଓ ଦୃଢ ସଂକଲ୍ପ ପ୍ରଦର୍ଶନ କରିଛନ୍ତି । କ୍ୟାପଟେନ ଶିବା ଜୁଲାଇ ୨୦୨୨ ରେ କାରଗିଲ ବିଜୟ ଦିବସ ଅବସରରେ ଆୟୋଜିତ ସିୟାଚିନ୍ ଯୁଦ୍ଧ ସ୍ମାରକରେ କାରଗିଲ ଯୁଦ୍ଧ ସ୍ମାରକ ପର୍ଯ୍ୟନ୍ତ ୫୦୮କିଲୋମିଟର ଦୂର ପର୍ଯ୍ୟନ୍ତ ସଫଳତାପୂର୍ବକ ସୁରା ସୋଇ ସାଇକେଲିଙ୍ଗ ଅଭିଯାନର ନେତୃତ୍ୱ ନେଇଥିଲେ ।
କ୍ୟାପଟେନ ଶିବା ଏହାପରେ ସୁରା ସାଇ ଇଂଜିନିୟରିଂ ରେଜିମେଂଟରେ ପୁରୁଷ ଟିମର, ଦୁନିଆର ସବୁଠାରୁ ଉଚ୍ଚ ଋଣକ୍ଷେତ୍ରର ନେତୃତ୍ୱ କରିଥିଲେ । ଏହାପରେ ତାଙ୍କୁ ସିୟାଚିନ୍ ବ୍ୟାଟେଲ ସ୍କୁଲରେ ପ୍ରଶିକ୍ଷକ ଭାବେ ବିବେଚିତ କରାଯାଇଥିଲା । ଭାରତୀୟ ସେନା ମୁତାବିକ କ୍ୟାପଟେନ ଶିବାଙ୍କ ନେତୃତ୍ୱରେ ବଙ୍ଗାଳ ସେପର୍ସରେ ସିୟାଚିନ ଗ୍ଲେସିୟରରେ କଁମ୍ବେଟ ଇଂଜିନିୟରିଂର କାର୍ଯ୍ୟର ଦାୟିତ୍ୱ୍ୟରେ ରହିବେ । ଏବଂ ସେ ୩ମାସ ପର୍ଯ୍ୟନ୍ତ ସେଠାରେ ନିୟୋଜିତ ରହିବେ ।