ଯବାନଙ୍କୁ ଥରାଇ ପାରୁନି ହାଡ଼ଭଙ୍ଗା ଶୀତ
1 min readଜମ୍ମୁ କାଶ୍ମୀର : ଦେଶରେ କରୋନା ସଙ୍ଗେ ସଙ୍ଗେ ଶୀତର ପ୍ରକୋପ ବଢ଼ିବାର ଜୋର ଧରିଲାଣି । ବିନା ଶୀତବସ୍ତ୍ରରେ ବାହାରକୁ ବାହାରିବା ଏକପ୍ରକାର ଅସମ୍ଭବ କହିଲେ ଚଳେ । ଏପଟେ ସନ୍ଧ୍ୟା ହେବା ମାତ୍ରେ ଲୋକେ ନିଆଁ ପୁଇଁବା ସହ ଅନେକ ଘରୁ ବାହାରୁ ନାହାନ୍ତି ସେପଟେ ଭାରତୀୟ ଯବାନ ସୀମାରେ ଥାଇ ନିଜ କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି । ଯବାନଙ୍କ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହି ଭିଡିଓଟି ଦେଖିବା ପରେ ଦେଶ ପ୍ରତି ଯବାନଙ୍କ ତ୍ୟାଗ,ନିଷ୍ଠା ଓ ଭଲପାଇବା ଦେଖିବାକୁ ମିଳୁଛି । ଯାହାର ଦେଶବାସୀ ସୋସିଆଲ ମିଡିଆରେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।
No easy hope or lies
Shall bring us to our goal,
But iron sacrifice
Of body, will, and soul.
There is but one task for all
One life for each to give
Who stands if Freedom fall? pic.twitter.com/X3p3nxjxqE— PRO LEH (@prodefleh) January 7, 2022
କୋଭିଡ ପାଇଁ ସାପ୍ତାହିକ କର୍ଫ୍ୟୁ ଲଗାଯାଇଥିବାରୁ ଅଧିକାଂଶ ଲୋକ ଘରେ ରହୁଛନ୍ତି ଏଣୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଥିବାରୁ ଶୀତର ପ୍ରକୋପ ମଧ୍ୟ ଅଧିକ ରହୁଛି । ମାତ୍ର ବରଫ ବର୍ଷା ହେଉଥିବା ସ୍ଥାନରେ ଜଣେ ଯବାନ ନିର୍ଭୟ ସହ ଛିଡ଼ା ହୋଇ ଦେଶର ସୁରକ୍ଷା କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଭିଡିଓଟି ପିଆରଓ ଉମଦପୁର, ମିନିଷ୍ଟ୍ରି ଅଫ୍ ଡିଫେନ୍ସ ପେଜରେ ସେୟାର କରିଯାଇଛି । ଭିଡିଓରେ ଯବାନ ଜଣକ ଏତେ ଭୟଙ୍କର ବରଫ ବର୍ଷାରେ ନିର୍ଭୟରେ ଛିଡ଼ାହୋଇଥିବା ବେଳେ ତାଙ୍କ ଆଣ୍ଠୁ ଯାଏ ବରଫ ଜମିଥିବାର ଦେଖାଯାଉଛି । ଭିଡିଓଟି କାଶ୍ମୀର ବର୍ଡରର ବୋଲି ସୂଚନା ମିଳିଛି । ଖବର ପ୍ରସାରଣ ହେବାର ମାତ୍ର କିଛି ସମୟ ବ୍ୟବଧାନରେ ଭିଡିଓଟିକୁ ୨ ଲକ୍ଷ ଉପରେ ଭିୟୁଜ୍ ମିଳିସାରିଥିଲା । ଭିଡିଓଟିକୁ ଦେଖି ଦେଶବାସୀ ଯବାନଙ୍କୁ ପ୍ରଶଂସା କରିବା ସହ ଯବାନଙ୍କ ଏଭଳି ସାହସିକତା ଏବଂ ତ୍ୟାଗ ପାଇଁ ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି ।