ଆହୁରି ଶକ୍ତିଶାଳୀ ହେବ ଭାରତର ପ୍ରତିରକ୍ଷା, ନୂଆ ରୁପରେ ସେନାରେ ସାମିଲ ଏକେ-୨୦୩ ରାଇଫଲ

1 min read

ଲକ୍ଷ୍ନୌ: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି । ୟୁପିର ଆମେଠିରେ ନିର୍ମିତ ହେବାକୁ ଯାଉଛି ଏକେ-୨୦୩ ରାଇଫଲ । ଭାରତୀୟ ଏକେ ୪୭ ବଦଳରେ ଏହି ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଦୀର୍ଘ ଦିନ ଧରି କିଛି ସମସ୍ୟାକୁ ନେଇ ଏହି ରାଇଫଲ ତିଆରି ହୋଇପାରୁନଥିବା ବେଳେ ଏବେ ତିଆରି ହେଉଛି ।

ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ । ଉତ୍ତର ପ୍ରଦେଶର ଆମେଠିରେ ୫ ଲକ୍ଷରୁ ଅଧିକ ଏକେ-୨୦୩ ରାଇଫଲ ଉତ୍ପାଦନ ହେବ । ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ସ୍ବତନ୍ତ୍ର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଉଛି ।