spot_img

Latest Posts

ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ, ଆତଙ୍କବାଦୀ ବେସ ଧ୍ୱଂସର ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱ ଚିନ୍ତାରେ ଥିବା ବେଳେ ପାକିସ୍ତାନ ନିଜେ ମଧ୍ୟ ସେହି ମାରାତ୍ମକ ଭାଇରସ ଶିକାର ହୋଇଛି। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ଷଡଯନ୍ତ୍ର କରି ଚାଲିଛି । ଜାମ୍ମୁ କାଶ୍ମୀର ଦେଇ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ଷଡଯନ୍ତ୍ର କରୁଛି । ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର କିରାନ ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନର ଏହି ଗୁଳି ବିନିମୟର ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଉତ୍ତର ଦେଇଛି । ସୂଚନା ଅନୁସାରେ, ସୀମା ପାର୍ଶ୍ୱରେ ବହୁ କ୍ଷୟକ୍ଷତି ହୋଇଛି। ଏହି ଆକ୍ରମଣରେ ଭାରତୀୟ ସେନା ଭାରି ଅସ୍ତ୍ର ବ୍ୟବହାର କରି ପାକ୍ ପୋଷ୍ଟକୁ ଲକ୍ଷ୍ୟ କରିଥିଲା। ସେନା ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଏବଂ ଗୁଳିଗୋଳା ବର୍ଷଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ପ୍ରତିରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି ଯେ, କୁପୱାରା ଜିଲ୍ଲାର କିରଣ ସେକ୍ଟରରେ ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସମୟରେ ସେନା ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରିଥିଲେ। ଏହି ପ୍ରତିଶୋଧରେ ପାକିସ୍ତାନ ସୀମାରେ ଅବସ୍ଥିତ ଶତ୍ରୁମାନେ ବହୁ କ୍ଷତି ସହିଛନ୍ତି। ଭାରତୀୟ ସେନା ପାକିସ୍ତାନର ଅନେକ ଆତଙ୍କବାଦୀ ବେସ ଉପରେ ଆକ୍ରମଣ କରି ଧ୍ୱଂସ କରିଛି। ଏନେଇ ଭାରତୀୟ ସେନାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ଡ୍ରୋନ୍ ମାଧ୍ୟମରେ ରେକର୍ଡ କରାଯାଇଥିବା ଦାବି କରାଯାଇଛି ।

Latest Posts

Don't Miss