LACରୁ ପଛକୁ ହଟୁଛି ଚୀନ : ଭିଡିଓ ଜାରି କଲା ଭାରତୀୟ ସେନା
1 min readନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ସେନା ପ୍ରତ୍ୟାହାର ଜାରି ରହିଛି। ଆହୁରି ୭ରୁ ୮ ଦିନ ଧରି ଜାରି ରହିବ ପ୍ରଥମ ପର୍ଯ୍ୟାୟ ପ୍ରତ୍ୟାହାର। ପୈଙ୍ଗୋଙ୍ଗ ହ୍ରଦର ପୂର୍ବ ପଟରୁ ଚୀନ ସେନା ପ୍ରତ୍ୟାହାର ହେଉଥିବା ନେଇ ଭାରତୀୟ ସେନା କିଛି ଫଟୋ ଓ ଭିଡିଓ ଜାରି କରିଛି। ଗତ ବର୍ଷ ଏପ୍ରିଲ ଭଳି ସ୍ଥିତିକୁ ଫେରିବା ପାଇଁ ଚୀନ ସେନା ଫିଙ୍ଗର ପଏଣ୍ଟ ୮କୁ ଯାଉଥିବା ଜଣାପଡ଼ିଛି।
#Disengagement at #LAC #PLA reeling back. pic.twitter.com/2sXibcxDGZ
— PRO (Defence), Manipur, Nagaland & South Arunachal (@prodefkohima) February 16, 2021
ସୂଚନା ଅନୁଯାୟୀ, ଭାରତୀୟ ସେନା ଫିଙ୍ଗର ପଏଣ୍ଟ ୩ ଓ ୪ ମଧ୍ୟରେ ରହିବ। ଗତକାଲି ଚୀନ ସେନା ନିଜର କ୍ୟାମ୍ପକୁ ହଟାଇବା ସହ ଟ୍ରକ୍ରେ ଫେରି ଯାଉଥିବା ଦେଖିବାକୁ ମିଳିଛି। ତିନି ଦିନ ତଳେ ଚୀନ ସେନା ନିଜ ଅସ୍ତ୍ରଶସ୍ତ୍ର ସହ ଟ୍ୟାଙ୍କ ଗୁଡିକ ଫେରି ଯାଉଥିବାର ଭିଡିଓ ଜାରି ହୋଇଥିଲା। ଚୁକ୍ତି ମୁତାବକ ସୀମା ପ୍ରତ୍ୟାହାର ସରିବା ପରେ ଉଭୟ ପଟୁ କେହି ବି ବିବାଦୀୟ ଅଞ୍ଚଳରେ ପେଟ୍ରୋଲିଂ କରିବେ ନାହିଁ।
#Diengagement at #LAC #PLA Reeling back… pic.twitter.com/J0cC5xedo2
— PRO (Defence), Manipur, Nagaland & South Arunachal (@prodefkohima) February 16, 2021
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ ୧୧ରେ ରାଜ୍ୟସଭାରେ କହିଥିଲେ ଯେ ପ୍ୟାଙ୍ଗୋଗରେ ହ୍ରଦ ଅଞ୍ଚଳରେ ଚୀନ ସହିତ ଯବାନ ପଛକୁ ହଟିବା ନେଇ ସହମତି ହୋଇଛି । ସେହି ଅନୁସାରେ ଉଭୟ ପକ୍ଷରୁ ଠୁଳ ଯୁଦ୍ଧ ଟ୍ୟାଙ୍କକୁ ପର୍ଯ୍ୟାୟକ୍ରମେ ହଟାଯାଉଛି । ଚୀନ ସେନା ଫିଙ୍ଗର ୮ରେ ରହିବା ସହ ଭାରତ ସେନା ଫିଙ୍ଗର ୩ରେ ରହିବେ । ଏହାଛଡ଼ା ବୁଝାମଣା ଅନୁସାରେ, ଉଭୟ ପକ୍ଷ ଏପ୍ରିଲ୍ ୨୦୨୦ ପରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ କରିଥିବା ନିର୍ମାଣକୁ ଭାଙ୍ଗିବା ସହ ପୂର୍ବ ସ୍ଥିତିକୁ ଫେରାଇ ଆଣିବେ।
— PRO (Defence), Manipur, Nagaland & South Arunachal (@prodefkohima) February 16, 2021
ସୂଚନାଯୋଗ୍ୟ, ବିଗତ ୯ ମାସ ଧରି ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ୨୦୨୦ରୁ ଲଗାତାର ସୈନ୍ୟ ଓ କୂଟନୀତିକ ସ୍ତରରେ ଉଭୟ ପକ୍ଷ ବାରମ୍ବାର ଆଲୋଚନା କରିଥିଲେ। ଏଥିପାଇଁ ଦୁଇ ଦେଶର ବରିଷ୍ଠ କମାଣ୍ଡର ସ୍ତରରେ ୯ ପର୍ଯ୍ୟାୟ ବୈଠକ ବସିଥିଲା ।