spot_img

Latest Posts

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ, ସେନା ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ୍ ସେନା ସହ ହୋଇଥିବା ସଂଘର୍ଷର ଏକ ବର୍ଷ ପରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ‘ଗଲୱାନ୍ କେ ବୀର୍’ ନାମରେ ଜାରି କରାଯାଇଥିବା ଏହି ଭିଡିଓରେ ଭାରତୀୟ ଯବାନମାନଙ୍କର ବୀରତ୍ୱର କାହାଣୀ ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପାରାକ୍ରମକୁ ଦର୍ଶାଯାଇଛି । ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଚୀନ୍‌ର ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ।

ଏହି ଗୀତରେ ସୀମାର ଦୁର୍ଗମ ପରିସ୍ଥିତିର ସାମ୍ନା କରୁଥିବା ଯବାନ ସମସ୍ତ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଭାରତୀୟ ଯବାନଙ୍କର ବୀରତ୍ୱ ଏବଂ ପରାକ୍ରମକୁ ଦେଖାଯାଇଛି । ବରଫର ମୋଟା ଚାଦର ତଳେ ଅତି ନିମ୍ନ ତାପମାତ୍ରାରେ କାର୍ଯ୍ୟରତ ଯବାନ କିଭଳି ବୀରତ୍ୱ ଓ ସାହସିକତାର ସହ ଶତ୍ରୁମାନଙ୍କୁ ସାମ୍ନା କରନ୍ତି  ଏବଂ ଗୀତର ଶେଷରେ, ଗାଲୱାନରେ ସହିଦ ହୋଇଥିବା ଯବାନଙ୍କ ନାମ ଏବଂ ସେମାନଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି ।

ପାଞ୍ଚ ଦଶନ୍ଧି ମଧ୍ୟରେ ଘାତକ ସଂଘର୍ଷ

ପ୍ରାୟ ପାଞ୍ଚ ଦଶନ୍ଧି ମଧ୍ୟରେ ଗତ ବର୍ଷ ଜୁନ୍ ୧୫ରେ, ଗଲୱାନ୍ ଘାଟିର ସୀମାନ୍ତ ଅଞ୍ଚଳରେ ଘଟିଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲା । ଏହାପରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଅସ୍ତ୍ରଶସ୍ତ୍ର ସମେତ ନିୟୋଜିତ ହୋଇଥିଲେ ।

Latest Posts

Don't Miss