Pak ceasefire violation : ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ସେନାର ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନିକ ନିହତ

ନୂଆଦିଲ୍ଲୀ: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢିବାରେ ଲାଗିଛି । ନୌସେରା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି ।
ସୂଚନା ମୁତାବକ ଭାରତୀୟ ସେନାଙ୍କ ପାଲଟା ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ପ୍ରଥମେ ପାକିସ୍ତାନ ଫରଓ୍ୱାର୍ଡ ସୀମାରୁ ଭାରତ ସୀମାକୁ ମୋର୍ଟାର ମାଡ କରାଯାଇଥିଲା । ଏହାର ଜବାବରେ ଭାରତୀୟ ଫରଓ୍ୱାର୍ଡ ସୀମାରୁ ପାଲଟା ଗୁଳିମାଡ଼ କରାଯାଇଥିଲା ।
ତେବେ ଏହି ଗୁଳିମାଡ଼ରେ ପାକିସ୍ତାନର ୨ ସୈନ୍ୟଙ୍କ ଜୀବନ ଯାଇଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।