ଲଦାଖରେ ଚୀନକୁ ମାତ୍ ଦେବାକୁ ଭାରତର ପ୍ରସ୍ତୁତି, ଆଧୁନିକ ବେଡ୍ ସହ ଉଷ୍ମ ଘର ନିର୍ମାଣ

1 min read

ନୂଆଦିଲ୍ଲୀ: ସୀମାରେ ସଂଘର୍ଷ । ଚିନ୍ତା ବଢ଼ାଉଛି ଚୀନ । ବାରମ୍ବାର ଆଲୋଚନା ପରେ ବି ମିଳୁନି ନିଷ୍କର୍ସ । ଲଦାଖ ସୀମାରେ ଚୀନ ସହ ତିକ୍ତତା ଲାଗି ରହିଥିବା ବେଳେ ଆସିଛି ଶୀତ । ହଜାର ହଜାର ଫୁଟ୍ ବରଫ ପାହାଡ଼ ଉପରେ ବିଯୁକ୍ତ ତାପମାତ୍ରାରେ ଭାରତ, ଚୀନ ସହ କେମିତି କରିବ ମୁକାବିଲା । ଡ୍ରାଗନର ପ୍ରତ୍ୟେକଟି ଚାଲକୁ ମାତ୍ ଦେବାକୁ ଭାରତୀୟ ସେନା କାର୍ଯ୍ୟ କରୁଛି । ହଜାର ହଜାର ସୈନିକଙ୍କ ଲାଗି ଆଧୁନିକ ଗୃହ ନିର୍ମାଣ କରାଯାଇଛି । ସୂତ୍ର ଅନୁସାରେ ଭାରତୀୟ ସେନା ଥିବା କିଛି ସ୍ଥାନର ତାପମାତ୍ରା -୪୦ ଡିଗ୍ରୀ ଯାଏଁ ଖସୁଛି । ଏହା ବାଦ୍ ଅଧିକ ଉଚ୍ଚ ସ୍ଥାନରେ ଶୀତ ଦିନେ ୩୦ରୁ ୪୦ ଫୁଟ୍ ଯାଏଁ ବରଫପାତ ସମ୍ଭାବନା ରହିଛି ।

Indian Army has completed establishment of habitat facilities for all troops deployed in Eastern Ladakh

ଆର୍ମି ପକ୍ଷରୁ ଜାରି ଏକ ଭିଡିଓରୁ ସେନାର ପ୍ରସ୍ତୁତି ବିଷୟରେ ଜଣାପଡ଼ୁଛି । ଆଧୁନିକ ଘରେ ବେଡ୍ ସହ ଆଲମିର ଓ ହିଟରର ସୁବିଧା ରହିଛି । କେତକ ରୁମରେ ସିଙ୍ଗଲ ବେଡ୍ ଥିବା ବେଳେ ଲିଭିଂ ରୁମରେ ଏକାଧିକ ବେଡ୍ ରହିଛି । ସୂତ୍ର ଅନୁସାରେ ମୁତୟନ ହୋଇଥିବା ସୈନିକଙ୍କ ଅନୁସାରେ ସେମାନଙ୍କ ଗରମ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ଚୀନ ପ୍ୟାଙ୍ଗୋଗ ନିକଟରେ ଓ ଏଲଏସି ନିକଟରେ ଅସ୍ଥାୟୀ ଟେଣ୍ଟ ତିଆରି କରିଛି ।

କଣ ଖାଆନ୍ତି ଯବାନ ?

ଉଚ୍ଚ ସ୍ଥାନରେ ମୁତୟନ ଆଇଟିବିପି ଯବାନ ଲମ୍ବା ସମୟ ମୁତୟନ ରହିବା ପାଇଁ ଶକ୍କରପାରାକୁ ସୁପର ଫୁଡ୍ ଭାବେ ଗ୍ରହଣ କରନ୍ତି । ଶକ୍କରପାରା ହେଉଛି ଏକ ଉତ୍ତର ଭାରତୀୟ ଖାଦ୍ୟ । ଯାହାକୁ ଗହମ ଅଟାକୁ ଭାଜି ଚିନି ସିରା ଦିଆଯାଇ ପ୍ରସ୍ତୁତ କରାଯାଏ । ଉଚ୍ଚ ସ୍ଥାନରେ ପାଣି ସମସ୍ୟା ଥିବାରୁ ଜମିରୁ ପାଇପ୍ ବ୍ୟବସ୍ଥା କରାଯାଇଛି । ଚୁଶୁଲରେ ସ୍ଥାନୀୟ ଲୋକ ମଧ୍ୟ ସେନାକୁ ପାଣି ଯୋଗାଇଥାନ୍ତି ।

Leave a Reply