ଗଲଓ୍ୱାନ ଘାଟିରେ ସଂଘର୍ଷ; ହେଲିକାପ୍ଟରରେ ଶବ ନେଉଛି ଚୀନ୍
1 min readନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ୍ ବହୁତ କ୍ଷତି ସହିଛି । ଚୀନ୍ କମାଣ୍ଡିଙ୍ଗ୍ ଅଫିସର ଭାରତୀୟ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ସୂଚନା ମଳିଛି । ଗଲଓ୍ୱାନ୍ ଘାଟିରେ ହୋଇଥିବା ସଂଘର୍ଷରେ ଚୀନକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ହିଂସାକାଣ୍ଡ ପରେ ଗାଲଭାନ୍ ନଦୀ ଉପତ୍ୟକା ନିକଟରେ ଚିନ୍ ହେଲିକ୍ୟାପଟର ଗତିବିଧି ବୃଦ୍ଧି ପାଇଛି । ହେଲିକ୍ୟାପଟର୍ ଦ୍ୱାରା ଚୀନ୍ ତାର ମୃତ ସୈନିକ ମାନଙ୍କୁ ନେଉଥିବା ଜଣାପଡ଼ିଛି ।
ସୀମା ନିକଟରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚୀନ୍ ତରଫରୁ ବହୁ ସଂଖ୍ୟକ ଆମ୍ବୁଲାନ୍ସରେ ଆହତ ଓ ମୃତ ସୈନିକମାନଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା । କୁହାଯାଉଛି ଯେ ଏହି ହିଂସାରେ ଚୀନ୍ ର ୪୦ରୁ ଅଧିକ ସୈନିକଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଏନେଇ ଚୀନ୍ ପକ୍ଷରୁ କିଛି ନିଶ୍ଚିତ କରାଯାଇନାହିଁ । କିନ୍ତୁ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନର ଜଣେ କମାଣ୍ଡିଂ ଅଫିସରଙ୍କୁ ମଧ୍ୟ ପ୍ରାଣ ହରାଇଛନ୍ତି । କିନ୍ତୁ ଚୀନ୍ ଏହାକୁ ଏପର୍ଯ୍ୟନ୍ତ ଆଧିକାରିକ ଭାବେ ସ୍ୱୀକାର କରିନାହିଁ । । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ତାଙ୍କର ସୈନ୍ୟମାନଙ୍କ ପାଇଁ କୌଣସି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇନାହିଁ ।
ସୂଚନା ଅନୁସାରେ, ଲଦାଖର LACରେ ହୋଇଥିବା ହିଂସାରେ ୨୦ଜଣ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି । ଏହା ସହିତ ଚୀନ୍ ର ୪୩ଜଣ ସୈନିକ ନିହତ ହୋଇଛନ୍ତି ବୋଲି ଭାରତ ଦାବି କରୁଛି । କିନ୍ତୁ ଚୀନ୍ କହୁଛି ଯେ ତାର ମାତ୍ର ୫ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ।
ଉଲ୍ଲେଖନୀୟ ଯେ ଗଲା ମେ’ ମାସରୁ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଦେଖାଦେଇଛି । ଚୁକ୍ତିକୁ ଉଲଙ୍ଘନ କରି ଚୀନ୍ ପକ୍ଷରୁ ଭାରତୀୟ ସେନାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଭାରତର ଜଣେ କମାଣ୍ଡରଙ୍କ ସମେତ ୨୦ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଭାରତୀୟ ସେନାର ପାଲଟା ଜବାବରେ ଚୀନର ୪୦ରୁ ଅଧିକ ସୈନକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଆମେରିକୀୟ ଗୁଇନ୍ଦା ଏଜେନ୍ସୀ ସିଆଇଏ ଅନୁସାରେ ଆକ୍ରମଣରେ ୩୫ ଜଣ ଚୀନ ସୈନିକ ପ୍ରାଣ ହରାଇଛନ୍ତି ।