ପ୍ରତିଶୋଧ ନେଲା ଭାରତ : ୯ଟି ଆତଙ୍କବାଦୀ ଆଡ୍ଡାରେ ୩୦୦ ଆତଙ୍କାବାଦୀ ନିପାତ
1 min read
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର। ମଧ୍ୟରାତ୍ରୀ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏୟାରରେଡ। ଶେଷରେ ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡିକ ବିରୁଦ୍ଧରେ ପ୍ରତିଶୋଧ ନେଇଛି ଭାରତ । ଏହି ଆକ୍ରମଣରେ ପାକିସ୍ତାନର ୭ଟି ସହରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ । ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଭାରତର ଏୟାର ଷ୍ଟ୍ରାଇକରେ ୩୦୦ ଆତଙ୍କାବାଦୀ ନିପାତ ହୋଇଛନ୍ତି । ଭାରତର ବାଲାକୋଟ ଏୟାରଷ୍ଟ୍ରାଇକରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି ।
ପହଲଗାଓଁ ଆକ୍ରମଣର ୧୫ ଦିନ ମଧ୍ୟରେ ଭାରତ ପକ୍ଷରୁ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି । ଏହି ନାମ ମହିଳାମାନଙ୍କ ଉତ୍ସର୍ଗୀକୃତ ଯେଉଁ ମାନଙ୍କ ସ୍ୱାମୀକୁ ଏପ୍ରିଲ ୨୨ ତାରିଖରେ ପହଲଗାଓଁରେ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ । ପାକିସ୍ତାନ ISPR ନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଭାରତ ମୋଟ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଅନ୍ୟପଟେ ଗଣମାଧ୍ୟମ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତିସାରା ଅପରେସନ୍ ସିନ୍ଦୂର ଉପରେ ନଜର ରଖିଥିଲେ ।