୨୪ଟି ପୁରୁଣା ମିରେଜ କିଣିବ ବାୟୁସେନା, ସଶକ୍ତ ହେବ ପ୍ରତିରକ୍ଷା ବିଭାଗ

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବ ମିରେଜ । ୨୪ଟି ପୁରୁଣା ମିରେଜ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା କିଣିବାକୁ ଯାଉଛି । ପ୍ରାୟ ୨୭ ନିୟୁତ ୟୁରୋ ମୂଲ୍ୟର ଏହି ବିମାନ କିଣିବା ଲାଗି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ବିମାନର ମୂଲ୍ୟ ହେଉଛି ୧.୧୨୫ ନିୟୁତ ୟୁରୋ । ଫ୍ରାନସର ଡାସଲ୍ଟ ଆଭିଏସନ ପକ୍ଷରୁ ନିର୍ମିତ ମିରେଜ-୨୦୦୦ ବିମାନ ଭାରତୀୟ ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିବ ବୋଲି କୁହାଯାଇଛି । ଏହି ୨୪ଟି ବିମାନରୁ ୮ଟି ବିମାନ ରେଡି-ଟୁ-ଫ୍ଲାଏ ଅବସ୍ଥାରେ ରହିଛି ।

ଫ୍ରାନସରୁ ଏହି ବିମାନଗୁଡିକୁ ଜାହଜରେ ଅଣାଯିବା ଲାଗି ବ୍ୟବସ୍ଥା କରାଯାଉଛି । ଅନ୍ୟ ବିମାନଗୁଡିକରେ ଇଞ୍ଜିନ ଲାଗିବା ସହ ପୂର୍ଣ୍ଣାଙ୍ଗ ଅବସ୍ଥାରେ ରହିଛି । ଭାରତୀୟ ବାୟୁସେନାର ୩୫ ବର୍ଷ ପୁରାତନ ମିରେଜ ଫ୍ଲିଟକୁ ବର୍ତ୍ତମାନ ମିଡ ଲାଇଫ ଅପଗ୍ରେଡ କରାଯାଉଛି । ୨୦୧୯ ବାଲକୋଟ ଅପରେସନ ବେଳେ ଏହି ମିରେଜ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ଭାରତରେ ଥିବା ମିରେଜଗୁଡିକର କିଛି ଯନ୍ତ୍ରାଂଶ ଆବଶ୍ୟକ ଥିବାବେଳେ ଏହି ଫ୍ଲିଟକୁ ପରିବର୍ଦ୍ଧିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ବାୟୁସେନା ମୁଖ୍ୟ ଏୟାରଚିଫ ମାର୍ଶାଲ ଆର.କେ.ଏସ ଭଦୁଆରିଆ ।

୧୯୮୫ରେ ଭାରତୀୟ ବାୟୁସେନା ଭାରତ ଫ୍ରାନସଠାରୁ ୫୦ଟି ଫୋର୍ଥ ଜେନେରେସନ ମିରେଜ ୨୦୦୦ ସି ଓ ବି ଲଢୁଆ ବିମାନ କ୍ରୟ କରିଥିଲା । ଏହି ବିମାନର କ୍ରୟ ସହ ରକ୍ଷଣାବେକ୍ଷଣ ନେଇ ମଧ୍ୟ ଚୁକ୍ତ ହୋଇଥିଲା । ମିରେଜ ବିମାନ କିଣିବା ଯୋଗୁ ବାୟୁସେନା ଅଧିକ ଶକ୍ତିଶାଳୀ ହେବ ଏବଂ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନା ମଧ୍ୟରେ ସୁସଂହତ ପ୍ରତିଷ୍ଠା ହୋଇପାରିବ ।

Leave a Reply