ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା

1 min read

ନନ୍ଦିଘୋଷ ବ୍ୟୁରୋ: ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ବାୟୁସେନା ହାତରେ ପ୍ରଥମ ହାଲୁକା ଲଢୁଆ ଟୁ ସିଟର ବିମାନ ବା ଏଲସିଏ ତେଜସକୁ ଅର୍ପଣ କଲା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ । ଏଲସିଏ ଟୁଇନ ସିଟର ଟ୍ରେନର ଏୟାରକ୍ରାଫ୍ଟ  ଉତ୍ପାଦନ କ୍ଷେତ୍ରରେ ଏହା ବି ହୋଇଛି ଏକ ମାଇଲ ଖୁଣ୍ଟି । ଏହା ବାୟୁସେନାର ସମସ୍ତ ପ୍ରଶିକ୍ଷଣ ସମ୍ପର୍କିତ ଆବଶ୍ୟକତାକୁ ପୂରଣ କରିବ । ଚଳିତ ବର୍ଷ ୧୮ଟି ଟୁଇନ ସିଟର ଏଲସିଏ ଯୋଗାଇଦେବା ଲାଗି ବାୟୁସେନା ପକ୍ଷରୁ ଏଚଏଏଲକୁ ଅର୍ଡର ଦିଆଯାଇଥିଲା । ଆସନ୍ତା ୨୦୨୬-୨୭ ସୁଦ୍ଧା ୧୦ଟି ଟୁଇନ ସିଟର ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି । ଏଲସିଏ ତେଜସ ହେଉଛି ଭାରତର ଗବେଷଣା କାରିଗରି କ୍ଷେତ୍ରରେ ଏକ ଉତ୍କର୍ଷ ନମୁନା । ୨୦୨୭-୨୮ ସୁଦ୍ଧା ଏଲସିଏ ତେଜସର ସିରିଜ ଉତ୍ପାଦନ ଲାଗି ଏଚଏଏଲ ପକ୍ଷରୁ ଯୋଜନା କରାଯାଇଛି । ଏହି ଅବସରରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଏୟାର ଚିଫ ମାର୍ଶଲ ଭି. ଆର. ଚୋଧୁରୀ ପ୍ରମୁଖ । ଏହା ସହ ବାୟୁସେନା, ପ୍ରତିରକ୍ଷା ମନ୍ତ୍ରାଳୟ. ଡିଜିଏକ୍ୟୁଏ, ଡିଆରଡିଓ ଆଦି ସଂଗଠନର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।