ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୧ କ୍ରାସ୍, ଟ୍ରେନିଂ ବେଳେ ଅଘଟଣ
1 min read
ଚଣ୍ଡିଗଡ଼: ପଞ୍ଜାବର ମୋଗାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ ମିଗ୍-୨୧ର ଉଡ଼ାଣ ଭରିଥଲେ । ଯାହାପରେ ବିମାନଟି କ୍ରାସ୍ ହୋଇଯାଇଛି ।
ବାୟୁସେନା ଅଧିକାରୀଙ୍କ ଅନୁସାରେ, ମୋଗାର ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ପାଇଲଟ୍ ଅଭିନବଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁ ସେନା ।