spot_img

Latest Posts

ଆଜିଠୁ ରାଜସ୍ଥାନରେ ଭାରତୀୟ ବାୟୁସେନାର ବଡ଼ଧରଣର ସମରାଭ୍ୟାସ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ରାଜସ୍ଥାନରେ ଭାରତୀୟ ବାୟୁସେନାର ବଡ଼ଧରଣର ସମରାଭ୍ୟାସ । ରାଜସ୍ଥାନ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାରେ ଆସନ୍ତା ୨୫ ଯାଏ ଚାଲିବ ସମରାଭ୍ୟାସ । ଏଥିଲାଗି ଜାରି ହୋଇଛି ନୋଟିସ ଟୁ ଏୟାରମେନ ବା ନୋଟାମ । ଏହି ବଡ଼ଧରଣର ସମରାଭ୍ୟାସ ବାର୍ମରରୁ ଯୋଧପୁର ଯାଏ ଚାଲିବ । ଭାରତୀୟ ବାୟୁସେନାକୁ ପ୍ରସ୍ତୁତ ରଖିବା, ସମ୍ଭାବ୍ୟ ବିପଦରେ ଜାଗତିଆର ଉଦ୍ଦେଶ୍ୟରେ ଏହି ଡ୍ରିଲ କରାଯିବ। ଏଥିରେ ବୟୁସେନାର ୩ଟି କମାଣ୍ଡ ସାମିଲ ହେବ। ସମରାଭ୍ୟାସ ଯୋଗୁ ବାର୍ମରରୁ ଯୋଧପୁର ଯାଏ ବେସାମରିକ ବିମାନ ଚଳାଚଳକୁ ନିଷିଦ୍ଧ କରାଯାଇଛି। ଏଥିରେ ରାଫେଲ, ମିରାଜ 2000, ସୁଖୋଇ-30, ଏୟାର ଡିଫେନ୍ସ ସିଷ୍ଟମ, ସପୋର୍ଟ ସିଷ୍ଟମ, ବହୁ ଲଢୁଆ ବିମାନ ସାମିଲ ହେବେ। ଏହା ସହ ରାତ୍ରୀକାଳୀନ ଡ୍ରିଲ ବି ଅନୁଷ୍ଠିତ ହେବ । ଦେଶର ପ୍ରତିରକ୍ଷା ସାମର୍ଥ୍ୟ ବଢାଇବା ଉଦ୍ଦେଶ୍ୟରେ ଏହି ସମରାଭ୍ୟାସ କରାଯାଉଛି । ଅପରେସନ ସିନ୍ଦୂର ବେଳେ ରାଜସ୍ଥାନର ବାର୍ମର, ଜୈସଲମର, ବିକାନେର, ଶ୍ରୀଗଙ୍ଗାନଗର ଅଞ୍ଚଳକୁ ପାକିସ୍ତାନ ୪ଶହରୁ ଅଧିକ ଡ୍ରୋନ ଛାଡିଥିଲା । ତେବେ ଏସମସ୍ତ ଡ୍ରୋନକୁ ଧ୍ବଂସ କରିଦିଆଯାଇଥିଲା ।

Latest Posts

Don't Miss