spot_img

Latest Posts

୬୭ ବର୍ଷ ବୟସରେ ନିର୍ଦ୍ଦେଶକ ସତୀଶ ଚନ୍ଦ୍ର କୌଶିକଙ୍କର ଦେହାନ୍ତ

ମୁମ୍ବାଇ: ବଲିଉଡ଼ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ ଚନ୍ଦ୍ର କୌଶିକଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ୧୯୫୬ ଏପ୍ରିଲ ୧୩ ତାରିଖରେ ତାଙ୍କର ହୋଇଥିଲା ଜନ୍ମ। ଥିଏଟର ପରେ ବଲିଉଡ଼ରେ ପାଇଥିଲେ ବ୍ରେକ୍। ୧୯୮୩ରେ ମାସୁମ୍ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ।

ସେ ଦିଲ୍ଲୀ ସ୍କୁଲରେ ତାଙ୍କର ପାଠ ପଢା ଆରମ୍ଭ କରିଥିଲେ । ତାଙ୍କର ଅଭିନୟ ପାଇଁ ଦୁର୍ବଳତା ରହିଥିଲା । ସେ କଲେଜ ପରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମରେ ଆଡମିଶନ୍ କରିଥିଲେ । ସେ ବଲିଉଡରେ ପ୍ରବଶେ କରିବା ପାଇଁ କଲେଜ ସମୟରୁ ବହୁ ଅଡିସନ୍ ମଧ୍ୟ ଦେଉଥିଲେ । ୧୯୮୭ରେ ଫିଲ୍ମ ’ମିଷ୍ଟର ଇଣ୍ଡିଆ’ରେ ବଲିଉଡ଼ରେ ଆକ୍ଟିଂରୁ କ୍ୟାରିୟର ଆରମ୍ଭ କରିଥିଲେ। ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ରୋଲ୍ ତାଙ୍କୁ ଦେଇଥିଲା ନୂଆ ପରିଚୟ। ତା ପରଠୁ ଆଉ ପଛକୁ ଫେରିନଥିଲେ ସତୀଶ। ପ୍ରାୟ ଶହେରୁ ଅଧିକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ନିଚ୍ଛକ ଛାପ ଛାଡ଼ିଯାଇଛି । ରୁପ୍ କି ରାନୀ , ଚୋରୋ କା ରାଜ୍ ଫିଲ୍ମରେ ନିର୍ଦ୍ଦେଶନାରେ ଦେଇଥିଲେ ପାଦ।

୧୯୯୭ର ଫିଲ୍ମ ଦିୱାନା ମସ୍ତାନାରେ ପପୁ ରୋଲ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ମୋଡ଼। ୧୯୯୦ ରେ ରାମ୍ ଲଖନ ଓ ୧୯୯୭ରେ ସାଜନ ଚଲେ ସସୁରାଲ୍ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ହ୍ୟାସ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ସତୀଶ। ତାଙ୍କ କମେଡି ଟାଇମିଂ କୁହନ୍ତୁ, କି କିଛି ଇମୋସନାଲ ସିନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କ୍ଷେତ୍ରରେ ସେ ପାଇଛନ୍ତି ଅନେକ ପ୍ରସିଦ୍ଧି । ରିଲ୍‌ରେ ଦର୍ଶକଙ୍କୁ ହସାଇହସାଇ ବେଦମ କରୁଥିଲେ ସତୀଶ । ହେଲେ ରିଅଲ ଲାଇଫରେ ଥିଲେ ଖୁବ୍ ଦୁଃଖି । ୨ବର୍ଷ ବୟସରେ ପୁଅକୁ ହରାଇଥିଲେ ସତୀଶ । ତଥାପି ହାରିନଯାଇ ନିଜ ଜୀବନକୁ ଅନ୍ୟମାନଙ୍କୁ ହସାଇବାରେ ବିତାଉଥିଲେ ।

ତାଙ୍କ ଅଭିନୀତ ତେରେନାମ, କର୍ଜ, ହାମରା ଦିଲ୍ ଆପକେ ପାସ୍ ହେ, ହମ୍‌ ଆପକେ ଦିଲ ମେ ରେହେତ ହେ, ମୁଝେ କୁଛ କେହେନା ହେ, ଏମର୍ଜେନସି ଆଜିବି ତାଙ୍କୁ ଫ୍ୟାନ୍ସଙ୍କ ମନରେ ବସାଇଛି । ସବୁଠୁ ଭଲ ସାଙ୍ଗକୁ ହରାଇ ଭାଙ୍ଗିପଡ଼ିଛନ୍ତି ଅଭିନେତା ଅନୁପମ ଖୈର୍ । ଟୁଇଟ୍ କରି ୪୫ବର୍ଷର ବନ୍ଧୁତ୍ବରେ ବିରାମ ଲାଗିଲା ବୋଲି ଲେଖିଛନ୍ତି । ସତୀଶଙ୍କ ବିନା ସେ ଜୀବନ ଚିନ୍ତା କରିପାରୁନଥିବା କହିଛନ୍ତି ।

Latest Posts

Don't Miss