ଖଲ୍ଲିସ୍ତାନ ଆତଙ୍କବାଦୀ ପନ୍ନୁ ହତ୍ୟା ମାମଲା : ଅଭିଯୁକ୍ତ ନିଖିଲଙ୍କୁ ଚେକ୍ ରିପବ୍ଲିକରୁ ଅଣାଗଲା ଆମେରିକା

ଆମେରିକାର ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ତଥା ଆମେରିକାର ନାଗରିକ ଗୁରୁପତଓ୍ୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରୁ ଆମେରିକା  ପ୍ରତ୍ୟର୍ପଣ କରାଯାଇଛି । ଏହା ପୂର୍ବ ବର୍ଷ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା  । କିନ୍ତୁ  ପ୍ରତ୍ୟର୍ପଣ ସମ୍ୱନ୍ଧରେ ଆମେରିକା କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛି ।

ସୂଚନା ଅନୁଯାୟୀ, ୫୨ ବର୍ଷ ଧରି ନିଖିଲ ଗୁପ୍ତାଙ୍କୁ ବ୍ରୁକଲିନର ମେଟ୍ରୋପାଲିଟନ ଡିଟେନସନ ସେଣ୍ଟରରେ ରଖାଯାଇଥିଲା  । ଯାହା ଏକ ଫେଡରାଲ ଆଡମିନିଷ୍ଟେଟିବ୍ ଡିଟେନଶନ ସେଣ୍ଟର । ଏକ ସୁତ୍ର ଅନୁଯାୟୀ, ନିଖିଲଙ୍କ ପ୍ରତ୍ୟର୍ପଣ ଏବଂ ବ୍ରୁକଲିନରେ ନଜର ବନ୍ଦୀକୁ ନେଇ ପୃଷ୍ଟି କରାଯାଇଛି । କୁହାଯାଉଛି କି ନିଖିଲ ଗୁପ୍ତାଙ୍କୁ ଆଜି ନ୍ୟୁୟର୍କର ଫେଡରାଲ କୋର୍ଟରେ ହାଜର କରାଯିବ ।

ଟିପ୍ପଣୀ ଦେବାକୁ ମନା କଲା ଆମେରିକା

ଗତମାସରେ ଚେକ୍ କୋର୍ଟ ନିଖିଲ ଗୁପ୍ତଙ୍କ ଆମେରିକା ପଠାଯିବାର ଯାଚିକାକୁ ପ୍ରତ୍ୟାଖାନ କରି ଚେକ୍ ନ୍ୟାୟ ମନ୍ତ୍ରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଟ ଫିଟାଇଦେଇଥିଲେ  । ଯାହା ପରେ ଗୁପ୍ତାଙ୍କୁ ଯେକୌଣସି ଦିନ ଆମେରିକା ପଠାଯିବା ନେଇ କୁହାଯାଉଥିଲା  । ଗତବର୍ଷ ଜୁନରେ ଭାରତରୁ ଚେକ୍ ରିପବ୍ଲିକ୍ ଯାଇଥିଲେ ନିଖିଲ ଗୁପ୍ତା ଏବଂ ସେଠାରେ ଚେକ୍ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ପ୍ରତ୍ୟର୍ପଣ କୁ ନଇେଇ ଆମେରିକାର ନ୍ୟାୟ ବିଭାଗର ପ୍ରବୋକ୍ତା ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ଅନ୍ୟପଟେ ଗୁପ୍ତାଙ୍କ ଆମେରିକାର  ଓକିଲ ମଧ୍ୟ କିଛି ମନ୍ତବ୍ୟ ଦେଇନାହାନ୍ତି ।

ବାସ୍ତବରେ ଆମେରିକା ଏବଂ କାନାଡାରେ ଖଲ୍ଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣାକୁ ନେଇ ଭାରତ ସହ ସମ୍ପର୍କରେ ମଧ୍ୟ ଏହା ପ୍ରଭାବ ପକାଇଛି । ଏହି ଷଡ଼ଯନ୍ତ୍ରରେ କୌଣସି ପ୍ରକାର ସଂପୃକ୍ତି ନଥିବା ନେଇ ଭାରତ ସରକାର କ୍ରମାଗତ ଭାବେ ଅସ୍ୱୀକାର କରିଛନ୍ତି ।