ସେଦିନ ରାତି ୯ଟାରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥାନ୍ତା !
1 min readନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୯ରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମୁକ୍ତିକୁ ନେଇ ଭାରତ କେଉଁଭଳି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଥିଲା ସେନେଇ ପାକିସ୍ତାନ ମୁସଲିମ ଲିଗ୍-ଏନର ସାଂସଦ ଅୟାଜ ସାଦିକ ବଡ କଥା କହିଛନ୍ତି । ପାକିସ୍ତାନ ସଂସଦରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ଅୟାଜ ବୁଧବାର ଦିନ କହିଥିଲେ ଯେ, ପାକିସ୍ତାନ ସରକାର ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଭୟଭୀତ ଥିଲେ । ଅଭିନନ୍ଦନଙ୍କୁ ମୁକ୍ତ ନକଲେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ମୋର ସେହି ମିଟିଂ କଥା ମନେ ଅଛି ଯେଉଁଥିରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମନା କରିଦେଇଥିଲେ । ସେହି ମିିଟିଂରେ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈସୀଙ୍କ ସହ ପାକ୍ ସେନା ମୁଖ୍ୟ ଜେନରାଲ କମର ଜାବେଦ ବାଜବା ମଧ୍ୟ ସାମିଲ ଥିଲେ । ଅୟାଜଙ୍କ ଅନୁସାରେ ବୈଠକରେ ନିଜ କଥା ରଖିବା ବେଳେ କୁରୈସୀଙ୍କ ପାଦ ଥରୁଥିଲା । କୁରୈସୀ ଡରି ଡରି କହିଥିଲେ ଯେ, ‘ଆଲ୍ଲାଙ୍କ ପାଇଁ ତାକୁ(ଅଭିନନ୍ଦନ)କୁ ଛାଡି ଦିଆଯାଉ । କାରଣ ତାକୁ ନଛାଡିଲେ ରାତି ୯ଟା ସୁଧା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଦେବ’ ।
कांग्रेस अपने ही सशस्त्र बलों को कमजोर करने की मुहिम में लगी रही। कभी उनका मजाक उड़ाती रही तो कभी वीरता पर संदेह करती रही। हर प्रकार की चालबाजी की ताकि सेना को अत्याधुनिक राफेल न मिल सके। लेकिन देशवासियों ने ऐसी राजनीति को नकारकर कांग्रेस को कड़ा सबक सिखाया है।
— Jagat Prakash Nadda (Modi Ka Parivar) (@JPNadda) October 29, 2020
ଅୟାଜଙ୍କ ଅନୁସାରେ ଏହା କହିବା ବେଳେ କୁରୈସୀ ଥରୁଥିଲେ ଓ ତାଙ୍କ ଦେହରୁ ଝାଳ ବୋହୁଥିଲା । ଅବଶ୍ୟ ପରେ ଅୟାଜ ନିଜ କଥା ସହ ଏହା ମଧ୍ୟ ଯୋଡିଛନ୍ତି ଯେ, ଭାରତ କେବେ ମଧ୍ୟ ଆକ୍ରମଣ କରିନଥାନ୍ତା କିନ୍ତୁ ଆମ ସରକାର ଆଣ୍ଠୁ ଭାଙ୍ଗି ଆତ୍ମସମର୍ପଣ କରିବାକୁ ମନସ୍ଥ କରି ସାରିଥିଲେ । ତେଣୁ ସେମାନ ଅଭିନନ୍ଦନଙ୍କୁ ଛାଡି ଦେଲେ ।
ଅୟାଜଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓକୁ ଟ୍ୱିଟ୍ କରି ରାହୁଲ ଗାନ୍ଧୀଙ୍କୁ ନିଶାନାକୁ ନେଇଛନ୍ତି । ସେ ଲେଖିଛନ୍ତି ଯେ, କଂଗ୍ରେସର ରାଜକୁମାରଙ୍କୁ ଭାରତର କୌଣସି ବି ଜିନିଷ ଉପରେ ବିଶ୍ୱାସ ନାହିଁ ସେ ସୁନା ହେଉ କି ସରକାର କଂଗ୍ରେସର କାହା ଉପରେ ବି ବିଶ୍ୱାସ ନାହିଁ । ତେଣୁ ସେମାନେ ଏବେ ନିଜର ‘ସବୁଠାରୁ ବିଶ୍ୱସ୍ଥ ଦେଶ’ ପାକିସ୍ତାନଠାରୁ ହିଁ ଶୁଣନ୍ତୁ । ଆଶା କରାଯାଏ ଯେ, ସେମାନେ ଏବେ ତାଙ୍କ ଆଖି ଖୋଲିବେ..’ ଏହାସହ ନାଡ୍ଡା କଂଗ୍ରେସ ଉପରେ ସୀମାର ରକ୍ଷା କରୁଥିବା ସେନାକୁ ଦୁର୍ବଳ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ।
ସେ ଲେଖିଛନ୍ତି, ‘କଂଗ୍ରେସ ନିଜର ସଶସ୍ତ୍ର ବାହିନୀକୁ ଦୁର୍ବଳ କରିବାରେ ଲାଗିଛି । କେବେ ସେମାନଙ୍କୁ ଉପହାସ କରିଛି ତ କେତେବେଳେ ସେମାନଙ୍କ ସାହାସିକତା ଉପରେ ସନ୍ଦେହ କରିଛି । ଯେମିତିକି ସେନାଙ୍କୁ ଅତ୍ୟାଧୁନିକ ରାଫେଲ ମିଳି ପାରିବ ନାହିଁ ସେଥିପାଇଁ ସମସ୍ତ ପ୍ରକାର ଚାଲାକି କରିଛନ୍ତି ସେମାନେ । କିନ୍ତୁ ଦେଶବାସୀ ଏଭଳି ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ କଠୋର ଶିକ୍ଷା ଦେଇଛନ୍ତି।