ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

1 min read

କେପଟାଉନ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚରେ ୩୧ ରନରେ ପରାଜୟ ସତ୍ତ୍ୱେ ଭାରତ ତା’ର ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ତିନିଟିକିଆ ସିରିଜର ପ୍ରଥମ ମ୍ୟାଚରେ ୩୧ ରନରେ ପରାଜୟ ବରଣ କରି ବ୍ୟାକଫୁଟରେ ରହିଛି ଟିମ୍ ଇଣ୍ଡିଆ । ଏପରି ସ୍ଥିତିରେ ଦ୍ୱିତୀୟ ମ୍ୟାଚରେ କମ୍ ବ୍ୟାକ୍ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।  ପ୍ରଥମ ମ୍ୟାଚରେ ଭାରତୀୟ ମଧ୍ୟକ୍ରମର ବ୍ୟାଟିଂରେ ବିଫଳତା ଓ ମିଡିଲ ଓଭରରେ ଭାରତୀୟ ବୋଲର କୌଣସି ଓ୍ୱିକେଟ ଅକ୍ତିଆର ନକରିବା ଥିଲା ପରାଜୟର କାରଣ । ତେଣୁ ପ୍ରଥମ ମ୍ୟାଚରେ କରିଥିବା ସବୁ ଭୁଲକୁ ସଜାଡିବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

ଅନ୍ୟପକ୍ଷରେ ଯଦି ଦକ୍ଷିଣ ଆଫ୍ରିକା କଥା କହିବା ତାହାଲେ ପ୍ରଥମ ମ୍ୟାଚରେ ବିଜୟ ଲାଭ କରି ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ଏହି ମ୍ୟାଚକୁ ଜିତି ଏହି ସିରିଜକୁ ୨-୦ରେ ନିଜ ନାମରେ କରିବାକୁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଦ୍ରୁତ ବୋଲର ମାର୍କୋ ଜାନସେନଙ୍କ ସ୍ଥାନରେ ସିସଣ୍ଡା ମାଗାଲାଙ୍କୁ ଚୁଡାନ୍ତ ଏକାଦଶରେ ସୁଯୋଗ ମିଳିଛି ।

ଚୁଡାନ୍ତ ଏକାଦଶ ଭାରତ:

କେଏଲ ରାହୁଲ (ଅଧିନାୟକ), ଶିଖର ଧାଓ୍ୱନ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନୀ, ଜଶପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ

Leave a Reply