୪-୧ ରେ ଟି-୨୦ ସିରିଜ୍ ଜିତିଲା ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-20 ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା | ଏହି ମ୍ୟାଚକୁ ଭାରତୀୟ ଦଳ ୬ ରନରେ ଜିତି ନେଇଛି। ଏହି ବିଜୟ ସହିତ ସେମାନେ ଟି-୨୦ ସିରିଜକୁ ୪-୧ରେ କବଜା କରିଛନ୍ତି | ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୧୬୧ ରନ୍ ଲକ୍ଷ୍ୟ ରଖିଥିଲା ଭାରତ, ମାତ୍ର ଆଠ ୱିକେଟ୍ ରେ ୧୫୪ ରନ୍ ସ୍କୋର କରିପାରିଥିଲା ଅଷ୍ଟ୍ରେଲିଆ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଯଶ୍ୱସି ଜସୱାଲ ଭାରତୀୟ ଦଳକୁ ଭଲ ସ୍କୋରରେ ଦେଇଥିଲେ। ଯଶ୍ୱସି ରିତୁରାଜଙ୍କ ସହ ୩୩ ରନର ଭାଗିଦାରୀ କରିଥିଲେ। ଯସନ ବେହେରେଣ୍ଡର୍ଫଙ୍କ ଦ୍ୱାରା ଯଶଶ୍ୱି ଆଉଟ ହୋଇଥିଲେ । ଯଶଶ୍ୱି ଦୁଇଟି ଛକା ଓ ଗୋଟିଏ ଚାରି ସହାୟତାରେ ୧୫ ବଲରେ ୨୧ ରନ୍ ସଂଗ୍ରହ କରିଥିଲେ | ଯଶଶ୍ୱିଙ୍କ ପରେ ଭାରତୀୟ ବ୍ୟାଟ୍ସମ୍ୟାନ ରିତୁରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂଙ୍କ ୱିକେଟ ଯାଇଥିଲା । ଶ୍ରେୟାସ୍ ଅର୍ଦ୍ଧଶତକ ହାସଲ କରିଥିଲେ ।India vs Australia 1st T20I: India beat Australia by 2 wickets, Surya,  Ishan play crucial knocks | Mint

୫୫ ରନ୍ରେ ଚାରି ୱିକେଟ୍ ଯିବା ପରେ ଶ୍ରେୟସ୍ ଆୟର ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତୀୟ ଦଳକୁ ଅାଗକୁ ନେଇଥିଲେ । ୩ଟି ୪ରି ଏବଂ ଗୋଟିଏ ୬ ସହାୟତାରେ ଜିତେଶ ୨୪ ରନ୍ କରିଥିଲେ | ଏହା ପରେ ଶ୍ରେୟସ୍ ଅକ୍ଷାର ପଟେଲଙ୍କ ସହ ୪୬ ରନ୍ କରିଥିଲେ। ଏହି ଦୁଇଟି ସହଭାଗିତା ଯୋଗୁଁ ଭାରତ ଆଠ ୱିକେଟ୍ ହରାଇ ୧୬୦ ରନ୍ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲେ। ଶ୍ରେୟସ୍ ଆୟର ୩୭ ଟି ବଲରେ ୫୩ ରନ୍ ସଂଗ୍ରହ କରି ଇନିଂସ ଖେଳିଥିଲେ, ଯେଉଁଥିରେ ପାଞ୍ଚଟି ୪ ଓ ଦୁଇଟି ଛକା ଥିଲା।