ଇନ୍ଦୋର ଟେଷ୍ଟକୁ କବଜା କଲା ଟିମ୍ ଇଣ୍ଡିଆ

1 min read

ଇନ୍ଦୋର: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଭାରତ ଗୋଟିଏ ଇନିଂସ ଓ ୧୩୦ ରନରେ ଜିତି ନେଇଛି । ଏଥିସହ ବିରାଟ ବାହିନୀ ୨ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ପାଳିରେ ୧୫୦ ରନ୍ କରିଥିଲା । ଜବାବରେ ଭାରତ ୬ ୱିକଟ ବିନିମୟରେ ୪୯୩ ରନ୍ କରି ପାଳି ଘୋଷଣା କରିଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ସମସ୍ତ ୱିକେଟ ହରାଇ ୨୧୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ୩୪୩ର ରନରେ ଆଗୁଆ ଥିବା ଭାରତ ଗୋଟିଏ ଇନିଂସ ଓ ୧୩୦ ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ।

ଦ୍ୱିତୀୟ ପାଳିରେ ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା, ଉମେଶ ଯାଦବ, ଆର୍ ଅଶ୍ୱୀନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ କ୍ୟାରିୟର ଦ୍ୱିତୀୟ ଦ୍ୱିଶତକ କରିଥିଲେ । ୩୩୦ ବଲରେ ୨୪୩ ରନ୍ କରିଥିବା ମୟଙ୍କ ୮ଟି ଛକା, ୨୮ଟି ଚୌକା ମାରିଥିଲେ ।

ଆସନ୍ତା ୨୨ ତାରିଖରେ ୨ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚଟି ଦିବାରାତ୍ର ଫର୍ମାଟରେ ଖେଳାଯିବାକୁ ଥିବା ବେଳେ ମ୍ୟାଚ୍ ମଧ୍ୟାହ୍ନ ଗୋଟାଏରେ ଆରମ୍ଭ ହେବ ।

')}

Leave a Reply