୬୬ ରନରେ ଇଂଲଣ୍ଡ ବିପକ୍ଷ ପୁନେ ଦିନିକିଆ ଜିତିଲା ଭାରତ

1 min read
India Won By 66 Runs First ODI Against England

ପୁନେ: ଭ୍ରମଣକାରୀ ଦଳ ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ଧାରା ଜାରି ରହିଛି । ଟେଷ୍ଟ ପରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ଜିତିଥିବା ଭାରତ ଏବେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବିଜୟରୁ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀ ୬୬ ରନରେ ମ୍ୟାଚକୁ ଜିତି ନେଇଛି । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ୍ ହରାଇ ୩୧୭ ରନ୍ କରିଥିଲା ।

India Won By 66 Runs First ODI Against England

ଭାରତ ପକ୍ଷରୁ ଶିଖର ଧାୱନ ୧୦୬ ବଲରେ ୨ ଛକା, ୧୧ ଚୌକା ସହ ୯୮ ରନ୍ କରିଥିଲେ । କେଏଲ୍ ରାହୁଲ ଓ କ୍ରୁନାଲ ପାଣ୍ଡ୍ୟା ଯଥାକ୍ରମେ ଅପରାଜିତ ୬୨ ରନ୍ ଓ ୫୮ ରନ୍ କରିଥିଲେ । କ୍ୟାପଟେନ୍ କୋହଲି ୬୦ ବଲରେ ୫୬ ରନ୍ କରିଥିଲେ । ୩୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ଭ୍ରମଣକାରୀ ଦଳ ।

India Won By 66 Runs First ODI Against England

ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୬୬ ବଲରେ ସର୍ବାଧିକ ୯୪ ରନ୍ କରିଥିବା ବେଳେ ଓପନର ଜସନ ରୟ ୪୬ ରନ୍ କରିଥିଲେ । ଭ୍ରମଣକାରୀ ଦଳ ଭାରତର ଆକ୍ରମଣାତ୍ମକ ବୋଲିଂ ଆଗରେ ଧରାଶାୟୀ ହୋଇ ୪୨ ଓଭର ୧ ବଲରେ ସମସ୍ତ ୱିକେଟ୍ ହରାଇ ୨୫୧ ରନ୍ କରିବାରେ ସଫଳ ହୋଇଥିଲା । ଫଳରେ ଭାରତ ପ୍ରଥମ ଦିନିକିଆକୁ ୬୬ ରନରେ ଜିତି ନେଇଛି ।

India Won By 66 Runs First ODI Against England

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି ୱିକେଟ୍, ପ୍ରସିଦ୍ଧ କ୍ରିଷ୍ଣା ୪ଟି ୱିକେଟ୍, ଶାର୍ଦ୍ଦୁଲ ଠାକୁର ୩ଟି ୱିକେଟ୍, କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ । ଶିଖର ଧାୱନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ୩ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆସନ୍ତା ୨୬ ତାରିଖରେ ପୁନେରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ ।

Leave a Reply