ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ
1 min readଭୁବନେଶ୍ୱର: ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍ । ସ୍ପେନ୍ ବିପକ୍ଷରେ ଘରୋଇ ପ୍ରୋ ଲିଗ୍ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍ ଜର୍ମାନୀକୁ ଭେଟିବ । ଆଜି ସଂଧ୍ୟା ୫ଟାରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ଶେଷ ଥର ଲାଗି ଜର୍ମାନୀ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା । ୨୦୦୬ ପରଠାରୁ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏହି ୫ଟି ମୁକାବିଲାରେ ଭାରତ କେବଳ ଗୋଟିଏ ମ୍ୟାଚ୍ ଜିତିଛି । ଚଳିତ ପ୍ରୋ ଲିଗ୍ରେ ଭାରତ ପ୍ରଥମେ ଚୀନ୍ ବିପକ୍ଷରେ ଖେଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍ ଜିତିଥିଲା । କଳିଙ୍ଗ ଷ୍ଟାଡିୟମରେ ସ୍ପେନ୍ ବିପକ୍ଷ ପ୍ରଥମ ମ୍ୟାଚରେ ୨-୧ରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚକୁ ୩-୪ରେ ହାରିଥିଲା । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ମ୍ୟାଚରେ ବିଜୟ ଲାଭ କରି ଅଲମ୍ପିକ୍ସର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
The moment of truth is here which we’ve all been waiting for! Don’t forget to tune in today, 12 March 2022 at 5pm IST for an action packed performance from the Kalinga Stadium, Bhubaneswar.#IndiaKaGame @IndiaSports @Media_SAI @CMO_Odisha @sports_odisha @FIH_Hockey @DHB_hockey pic.twitter.com/Nsv5X0ZwUM
— Hockey India (@TheHockeyIndia) March 12, 2022