spot_img

Latest Posts

ବଢ଼ୁଛି କରୋନା କୋପ: ଦିନକରେ ୧୩୪୧ ମୃତ ୨ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୨ ଲକ୍ଷ ୩୪ ହଜାର ୬୯୨ କରୋନା ପଜିଟିଭ୍ । ଏଥିସହ ଦିନକରେ ୧ ହଜାର ୩୪୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ।

ତେବେ ଗତ ୨୪ ଘଣ୍ଟାର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ହେଲେଣି ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ଜଣ । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଆକ୍ଟିଭ କେସ୍ ୧୬ ଲକ୍ଷ ୭୯ ହଜାର ୭୪୦ ଥିବା ବେଳେ, ମହାମାରୀରେ ୧ ଲକ୍ଷ ୭୫ ହଜାର ୬୪୯ ଜଣ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩ ହଜାର ୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୯୮ ଜଣଙ୍କର ମୃତ୍ୟୁ ଘଟିଛି।  ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ଦୈନିକ ସଂକ୍ରମଣ। ଏଥି ସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩୭ ଲକ୍ଷରୁ ଅଧିକରେ ପହଞ୍ଚିଛି।

Latest Posts

Don't Miss