୮୩ ଜିଲ୍ଲାର ୦.୭୩% ଲୋକ କରୋନା ସଂକ୍ରମିତ: ଭାରତରେ ସବୁଠାରୁ କମ୍ ମୃତ୍ୟୁହାର

1 min read

ନୂଆଦିଲ୍ଲୀ: ଦେଶର ୮୩ ଜିଲ୍ଲାରେ ୦.୭୩% ଜନସଂଖ୍ୟା କରୋନା ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟ ମଧ୍ୟ ସାରାବିଶ୍ୱରେ କମ୍‌ । ପ୍ରତି ୧ଲକ୍ଷ ଜନସଂଖ୍ୟା ଅନୁପାତରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ସାରା ବିଶ୍ୱ ତୁଳନାରେ ଭାରତରେ କମ୍‌ ବୋଲି କହିଛନ୍ତି ଆଇସିଏମ୍‌ଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ । ଲକ୍‌ଡାଉନ୍‌ପରେ ୩୦ ଏପ୍ରିଲ ଯାଏଁ ଏଭଳି ସ୍ଥିତି ରହିଥିଲା

NBT

ତେବେ ସେ ଏହା ଭି କହିଛନ୍ତି, ଜନସଂଖ୍ୟ ବହୁଳ ଅଞ୍ଚଳରେ ଏବେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ସଂକ୍ରମଣ ବଢ଼ିପାରେ । ଗ୍ରାମାଞ୍ଚଳ ଅପେକ୍ଷା  ସହରାଞ୍ଚଳରେ ୧.୦୯ ଓ ବସ୍ତି ଅଞ୍ଚଳରେ ୧.୮୯ ଗୁଣ ଅଧିକ ସଂକ୍ରମଣ ଆଶଙ୍କା । ଏଭଳି ସମୟରେ ଆମକୁ ସମସ୍ତ ପ୍ରକାର ସାବଧାନତା ଆବଲମ୍ୱନ କରିବା ଆବଶ୍ୟକ । ସହରାଞ୍ଚଳଗୁଡ଼ିକରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯିବାର ଆବାଶ୍ୟକତା ରହିଛି । ସେ ଆହୁରୀ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନ୍‌ରେ ସଂକ୍ରମଣ ହାର ଅଧିକ ରହିଛି ।

Over 5 million COVID-19 tests done: ICMR

ଆଇସିଏମ୍‌ଆର ଦ୍ୱାରା କରାଯାଇଥିବା ସର୍ଭେ ତଥ୍ୟ

ସିରୋ (serosurvey)ରେ ସାଧାରଣ ଲୋକଙ୍କ ଆଣ୍ଟିବଡ଼ି ଯାଞ୍ଚ କରାଯାଏ । ଏହି ଯାଞ୍ଚରେ ଲୋକଙ୍କ ରକ୍ତ ନମୁନା ନେଇ ଆଣ୍ଟିବଡ଼ି ଯାଞ୍ଚ କରାଯାଉଥିବା କହିଛନ୍ତି  ଡା. ଭାର୍ଗବ । ଯଦି କେହି ଲୋକ ପଜିଟିଭ ଚିହ୍ନଟ ହୁଅନ୍ତି ଏହାରମାନେ ହେଉଛି ସେ ସାର୍ସ କୋବ-୨ରେ ସଂକ୍ରମିତ ହୋଇଥିଲେ ।

Balram Bhargava appointed Director-General of ICMR - eHealth Magazine

ଏହା ଦ୍ୱାରା ଜଣାପଡ଼େ ମୋଟ କେତେ ପ୍ରତିଶତ ଜନସଂଖ୍ୟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେଉଁ କେଉଁ ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ସୂଚନା ଯୋଗ୍ୟ ଯେ, ଦେଶର ୮୩ ଜିଲ୍ଲରେ ୨୮  ହଜାର ୫୯୫ ଘରେ ପହଞ୍ଚି ୨୬ ହଜାର ୪୦୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁଯାୟୀ ଏହି ଜିଲ୍ଲାରେ ୦.୭୩% ଲୋକ ହିଁ ସଂକ୍ରମିତ ହୋଇଥିବା ପ୍ରମାଣ ମିଳିଛି ।

Leave a Reply