ଇତିହାସ ରଚିଲା ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍, ପ୍ରଥମ ବିଶ୍ବକପରେ ଇଂଲଣ୍ଡକୁ ହରାଇ ଭାରତ ଚାମ୍ପିଅନ

1 min read

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍ । ପ୍ରଥମ ବିଶ୍ବକପ ଟି-୨୦ରେ ଚାମ୍ପିଅନ ହେଲା ଭାରତ । । ଆଜି ଫାଇନାଲରେ ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ । ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଭାରତୀୟ ବୋଲରଙ୍କ ଆଗରେ ଫେଲ ମାରିଥିଲା ଇଂଲଣ୍ଡର ବ୍ୟାଟିଂ ଲାଇନ୍ । ପ୍ରଥମ ବ୍ୟାଟିଂ କରି ଦଳ ମାତ୍ର ୬୮ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଆର୍. ମେକଡୋନାଲ୍ଡ ସର୍ବାଧିକ ୧୯ ରନ କରିଥିବାବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ଭାରତ ପକ୍ଷରୁ ତିତସା ସିଦ୍ଧୁ, ଅର୍ଚ୍ଚନା ଦେବୀ ଓ ପାର୍ଶବୀ ଚୋପ୍ରା ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ତେବେ ୬୯ ରନ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରି ଭାରତ ମାତ୍ର ୧୪ ଓଭରରେ ୩ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ଏହାଦ୍ବାର ପ୍ରଥମ ଟି-୨୦ ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-୧୯ କ୍ରିକେଟ ଟିମ୍ ।