ଚହରଙ୍କ ହ୍ୟାଟ୍ରିକ୍: ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

1 min read

ନାଗପୁର: କ୍ରମାଗତ ଦ୍ୱିତୀୟ ବିଜୟ ସହ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ ହାତେଇଛି ଟିମ୍‌ ଇଣ୍ଡିଆ । ରବିବାର ମ୍ୟାଚ୍‌ରେ ଯୁବ ପେସ୍‌ ବୋଲର ଦୀପକ ଚହର ନିଜ ଶାଣିତ ବୋଲିଂ ବଳରେ ମାତ୍ର ୭ ରନ୍‌ଦେଇ ୬ ଓ୍ୱିକେଟ ନେବା ସହ ଟିମ୍‌କୁ ବିଜୟୀ କରାଇଛନ୍ତି  । ହାଟ୍ରିକ୍‌ ସହ ବିଶ୍ୱରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି ଚହର୍‌ । ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓ୍ୱିକେଟ ହରାଇ ୧୭୪ ରନ୍‌ କରିଥିଲେ । କେ,ଏଲ୍‌. ରାହୁଲ୍‌ ଓ ଶ୍ରେୟାସ୍‌ ଆୟର୍‌ ଅର୍ଦ୍ଧଶତକ ବଳରେ ଭାରତ ଏହି ସ୍କୋର କରିପାରିଥିଲା । ୧୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନ୍‌କୁ ଓହ୍ଳାଇଥିବା ବାଂଲଦେଶକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା । କ୍ରମାଗତ ୨ଟି ବଲ୍‌ରେ ୨ଟି ଓ୍ୱିକେଟ ନେଇଥିଲେ ଚହର । ପରେ ଓପନର୍‌ ମହମ୍ମଦ ନଇମ୍‌ଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ସତ୍ତ୍ୱେ ବାଂଲାଦେଶ ୪ଟି ବଲ୍‌ ବାକିଥାଇ ୧୪୪ ରନ୍‌ରେ ସମସ୍ତ ଓ୍ୱିକେଟ ହରାଇଥିଲା । ଦୀପକ୍‌ ଚହର ଓ ଶିବମ୍‌ ଦୁବେ, ଚମତ୍କାର ବୋଲିଂ ଯୋଗୁଁ ଏକଦା ଦୃଢ଼ ସ୍ଥିତିରେ ଥିବା ବାଂଲାଦେଶ ଦିଗହରା ହୋଇଯାଇଥିଲା । ଭାରତ କ୍ରମାଗତ ୨ୟ ବିଜୟ ସହ ୩ମ୍ୟାଚ୍‌ର ସିରିଜ୍‌କୁ ୨-୧ରେ ଜିତିନେଇଛି । ')}

Leave a Reply