ପାକିସ୍ତାନକୁ ହରାଇ ଭାରତର ଦମ୍‌ଦାର ବିଜୟ

ବଦଲାନେଲା ଭାରତ  । ଭାରତର ଦମଦାର ବିଜୟ । ଭାରତ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି । ଏହା ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଲଗାତାର ଦ୍ବିତୀୟ ବିଜୟ । ପୂର୍ବରୁ ଭାରତ ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିଲା । ବିରାଟ କୋହଲି ,ଶ୍ରେୟସ ଅୟର, ଶୁଭମନ ଗିଲ ଏବଂ କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତ ୨ଟି ବିଜୟରୁ ୪ ପଏଣ୍ଟ ସହିତ ଗ୍ରୁପର ଶୀର୍ଷରେ ରହିଛି ।ଭାରତାର ବିଜୟରେ ବିରାଟ କୋହଲିଙ୍କ ବଡଅବଦାନ ରହିଛି । ବିରାଟ ଚୈକା ମାରି ତାଙ୍କ ଏୖତିହାସିକ ଶତକ ହାସଲ କରିଛନ୍ତି । ପାକିସ୍ତାନ ଲଗାତାର ଦ୍ବିତୀୟ ମ୍ୟାଚ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାଳହେଲା!

ପାକିସ୍ତାନକୁ ପରାସ୍ତ କରି ଓଉଉ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଦୁବାଇରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ରୋହିତ ବାହୀନି ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଛି। ବାଂଲାଦେଶ ପରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆର ବିଜୟରେ ବିରାଟ କୋହଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କ ଏକଦିବସୀୟ କ୍ୟାରିୟରର ୫୧ତମ ଶତକ ହାସଲ କରିଥିଲେ। ଶ୍ରେୟସ ଆୟର କୋହଲିଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଦୁହେଁ ପାକିସ୍ତାନୀ ବୋଲରଙ୍କୁ କଠିନ ମୁକାବିଲା ଦେଇଥିଲେ। ଓପନର ଶୁଭମନ ଗିଲ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ। କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂରେ ହଇଚଇ ସୃଷ୍ଟି କରିଥିଲେ। ଭାରତ ୪ ପଏଣ୍ଟ ସହିତ ତା’ର ଗ୍ରୁପର ଶୀର୍ଷରେ ଅଛି। ଏହା ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ। ଏହି ପରାଜୟ ପରେ ଚାମ୍ପିଅନ୍ସ ଟ୍ରଫିରୁ ପ୍ରାୟ ବାହାର ହୋଇଗଲେଣି। ଭାରତ ମାର୍ଚ୍ଚ ୨ରେ ତାର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ।

ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ କରିଥିଲା। ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ଅପରାଜିତ ୧୦୦ ରନ୍ କରିଥିଲେ। କୋହଲି ୧୧୧ ବଲ୍ରେ ୭ଟି ଚୌକା ମାରିଥିଲେ। ଶ୍ରେୟସ ଆୟର ୬୭ ବଲ୍ ରୁ ୫୬ ରନ୍ କରି ଆଉଟ୍ ହୋଇଥିଲେ। ସେ ତାଙ୍କର ଅର୍ଦ୍ଧଶତକୀୟ ଇନିଂସରେ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଓପନର ଶୁଭମନ ଗିଲ ୫୨ ବଲରୁ ୪୬ ରନ କରି ଆଉଟ ହୋଇଥିଲେ, ଅଧିନାୟକ ରୋହିତ ଶର୍ମା ୧୫ ବଲରୁ ୨୦ ରନ ଯୋଗଦାନ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ରମଣାତ୍ମକ ବ୍ୟାଟିଙ୍ଗକରିବା ପାଇଁ ଚେଷ୍ଟା କରୁଥିବା ସମୟରେ ୮ ରନ କରି ଆଉଟ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ୱିକେଟ୍ ନେଇଥିବା ବେଳେ ଅବରାର ଅହମ୍ମଦ ଏବଂ ଖୁସଦିଲ ଶାହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।