ୱାଙ୍ଖଡ଼େ ଷ୍ଟାଡିୟମରେ ଭାରତର ଦମଦାର ବିଜୟ

ମୁମ୍ବାଇ:  ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଭାରତର ଦମଦାର ବିଜୟ । ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଭାରତ । ତେବେ ଭ୍ରମଣକାରୀ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୮ ରନରେ ଅଲଆଉଟ ହୋଇଥିଲା । ମିଚେଲ ମାର୍ଶ ସର୍ବାଧିକ ୮୧ ରନ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସାମି ଓ ସିରାଜ୍ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ୧୮୯ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମଧ୍ୟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ମାନ କରିଥିଲା । ଦଳୀୟ ସ୍କୋର ୩୯ ଥିବାବେଳେ ୪ ଟି ଓ୍ବିକେଟ ହରାଇଥିଲା ଦଳ । ତେବେ କେ.ଏଲ୍ ରାହୁଲଙ୍କ ଅପରାଜିତ ୭୫ ରନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୫ ରନ ବଳରେ ଭାରତ ୫ ଓ୍ବିକେଟ ହରାଇ ମ୍ୟାଚ ହାତେଇ ନେଇଛି । ପୂର୍ବରୁ ଟେଷ୍ଟ ସିରିଜ୍ ହାତେଇ ସାରିଛି ଭାରତ ।