ଆଫଗାନିସ୍ତାନକୁ ୮ ଓ୍ବିକେଟରେ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ । ବିଶ୍ବକପର ଭାରତ ନିଜର ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇଥିବାବେଳେ ୮ ଓ୍ବିକେଟରେ ଜିତି ନେଇଛି । ଭାରତର ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ମାରିଥିଲେ । ରୋହିତ ୧୩୧ ରନ ସଂଗ୍ରହ କରିଥିବାବେଳେ କିଙ୍ଗ କୋହଲି ଅପରାଜିତ ଅର୍ଦ୍ଧଶତୀୟ ପାଳି ଖେଳିଛନ୍ତି । କୋହଲି ୫୬ ବଲରୁ ୫୫ ରନ କରିଛନ୍ତି । ରୋହିତଙ୍କ ବ୍ୟତୀତ ଭାରତର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଈଶାନ କିଶନ ବ୍ୟକ୍ତିଗତ ଭାବେ ୪୭ ରନ୍‌ ଯୋଗଦାନ ଦେଇଥିଲେ। ସେ ୪୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ଭାରତର ପାଳି ଶେଷ କରିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ଉଭୟ ଖେଳାଳି ଅପରାଜିତ ପାଭିଲିୟନକୁ ଫେରିଥିଲେ। କୋହଲି ୫୬ଟି ବଲ୍‌ ଖେଳି ୬ଟି ଚୌକା ବଳରେ ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରେୟସ ୨୩ଟି ବଲ୍‌ରୁ ୨୫ ରନ୍‌ ସଂଗ୍ରହ କରିଥିଲେ।