spot_img

Latest Posts

ବାରବାଟୀରେ ଭାରତର ବଡ଼ ବିଜୟ, ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା..

ନନ୍ଦିଘୋଷ ବ୍ୟୁରୋ: ବାରବାଟୀରେ ଟିମ ଇଣ୍ଡିଆର ବୃହତ୍ତ ବିଜୟ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ ଇଣ୍ଡିଆ । ୨୭୬ ରନ ପିଛା କରିବାକୁ ଯାଇ ୧୨ ଓଭର ୩ଟି ବଲରେ ମାତ୍ର ୭୪ ରନ କରି ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ଟିମ ଇଣ୍ଡିଆ । ପ୍ରଥମରେ କୌଣସି ରନ ନକରି ଦଳର ଓପନର କ୍ଵିଣ୍ଟନ ଡି-କକ ଅଭିଷେକ ବର୍ମାଙ୍କ ଶିକାର ହୋଇଥିଲେ । ପରେ ଷ୍ଟବସ ଅର୍ଷଦୀପଙ୍କ ବଲରେ ଆଉଟ ହୋଇଥିବା ବେଳେ, ଅଧିନାୟକ ମାକ୍ରମ ଅକ୍ଷର ପଟେଲ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ବ୍ରେଭିସ, ଡେଭିଡ ମିଲର, ପେରେରା, ଜନସନ ଯଥାକ୍ରମେ ୨୨, ୧, ୫. ୧୨ ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଜସପ୍ରିତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୧୭୫ ରନ୍ କରିଥିଲା । ଭାରତ ପକ୍ଷରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲର ସମ୍ମୁଖିନ ହୋଇ ୬ ଚୌକା ଓ ୪ ଛକା ସହାୟତାରେ ୫୯ ରନ୍ କରିଛନ୍ତି । ଅଭିଶେକ ଶର୍ମା ଏବଂ ଶୁବମନ ଗିଲ ଓପନ କରିବାକୁ ଆସିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଫିଲ୍ଡକୁ ଆସିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ବି ଚାଲି ନଥିଲା । ୧୧ ବଲରୁ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୨ ରନ କରିଥିଲେ । ଅଭିଶେକ ଦୁଇ ଚୌକା ଗୋଟିଏ ଛକା ବଳରେ ୧୭ ରନ୍ କରିଥିଲେ । ତେବେ ତିଲକ ବର୍ମା ୨୬, ଅକ୍ଷର ପଟେଲ ୨୩ ରନ୍ କରିଥିବା ବେଳେ ଶୁଭମ ଦୁବେ ୧୧ ଏବଂ ଜିତେଶ ଶର୍ମା ୧୦ ରନ୍ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗିଡ ୩ଟି ଓ୍ବିକେଟ ନେଇଥିବା ବେଳେ ଲୁଥୋ ସିପାମଲା ଦୁଇଟି ଓ ଡୋନୋଭାନ ଫେରେରା ଗୋଟିଏ ଓ୍ବିକେଟ ନେଇଥିଲେ ।

Latest Posts

Don't Miss