ଦ୍ବିତୀୟ ଟି-୨୦ ଜିତିଲା ଭାରତ
1 min read
ନନ୍ଦିଘୋଷ ବ୍ୟୁରୋ: ତିଲକ ବର୍ମାଙ୍କ ଦମଦାର ବ୍ୟାଟିଂ । ଦ୍ବିତୀୟ ଟି-୨୦ ଜିତିଲା ଭାରତ । ଏହି ବିଜୟ ସହ ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହୋଇଯାଇଛି। ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୬ ରନର ଲକ୍ଷ୍ୟକୁ ଭାରତ ୧୯.୨ ଓଭରରେ ୮ ୱିକେଟ୍ ହରାଇ ହାସଲ କରିନେଇଥିଲା। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତିଳକ ବର୍ମାଙ୍କ ମ୍ୟାଚ ବିଜୟୀ ୭୨ ରନ ବଳରେ ଭାରତ ବିଜୟ ହାସଲ କରିଥିଲା। ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ।