ସୁପର ଓଭରରେ ଆଫଗାନିସ୍ତାନକୁ ହରାଇ ସିରିଜ କ୍ଲିନ୍ ସୁଇପ କଲା ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ଆଫଗାନିସ୍ତାନ ଟି-୨୦ ମ୍ୟାଚ । ମ୍ୟାଚ ଡ୍ର ହେବା ପରେ ଦୁଇ ଥର ସୁପର ଓଭର । ଦ୍ବିତୀୟ ସୁପର ଓଭରର ଭାରତ ବିଜୟୀ । ଦ୍ବିତୀୟ ସୁପର ଓଭରରେ ଭାରତ କରିଥିଲା ୧୧ ରନ୍‌ । ୨ ଓ୍ବିକେଟ ହରାଇ ୧ ରନ କରିବାକୁ ସକ୍ଷମ ହେଲା ଆଫଗାନିସ୍ତାନ । ଏହା ସହି ସିରିଜକୁ କ୍ଲିନ ସୁଇପ କରିଛି ଭାରତ । ୩-୦ରେ ସିରିଜକୁ ଜିତିନେଇଛି ରୋହିତ ବାହିନୀ । ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ୨୧୨ ରନ କରିଥିଲା । ତେବେ ଆଫଗାନିସ୍ତାନ ମଧ୍ୟ ଏହି ସ୍କୋର କରିଥିବାବେଳେ ମ୍ୟାଚ ଟାଇ ହୋଇଥିଲା । ପରେ ପ୍ରଥମ ସୁପର ଓଭର ମଧ୍ୟ ଟାଇ ହୋଇଥିଲା । ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ ୧୭ ରନ କରିଥିବାବେଳେ ଭାରତ ମଧ୍ୟ ୧୭ ରନ କରିଥିଲା । ପରେ ଦ୍ବିତୀୟ ସୁପର ଓଭରରେ ଭାରତ ବିଜୟୀ ହୋଇଛି ।