spot_img

Latest Posts

ଭାରତ ଚାମ୍ପିଅନ ଧୂଳି ଚାଟିଲା ପାକିସ୍ତାନ; ବିନା ଟ୍ରଫିରେ ବିଜୟ ସେଲିବ୍ରେଶନ କଲା ଭାରତୀୟ ଟିମ

ନନ୍ଦିଘୋଷ ବ୍ୟୁରୋ: ଭାରତ ଏସିଆ କପ ଚାମ୍ପିଅନ। ପାକିସ୍ତାନକୁ ହରାଇ ନବମ ଥର ଲାଗି ଏସିଆ କପ ହାତେଇଲା ଭାରତ। ୧୪୬ ରନର ଟାର୍ଗେଟକୁ ଶେଷ ଓଭରରେ ହାସଲ କରିଥିଲା ଟିମ ଇଣ୍ଡିଆ। ତିଲକ ବର୍ମାଙ୍କଙ୍କ ଅପରାଜିତ ୬୯ରନର ବିଜୟ ପାଳି ଖେଳିଥିଲେ। ଶିବମ ଦୁବେ ଦ୍ଵିତୀୟ ସର୍ବାଧିକ ୩୩ ରନ କରିଥିଲେ। ତିଲକ ବର୍ମାଙ୍କୁ ମ୍ୟାନ ଅଫ ମ୍ୟାଚ ଘୋଷଣା କରାଯାଇଥିଲା। ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଅଭିଶେକ ଶର୍ମା ।

ତେବେ ଏସିଆ କପ ଟ୍ରଫି ପ୍ରଦାନ ଉତ୍ସବରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ କରିନଥିଲେ ଭାରତୀୟ ଖେଳାଳି। ବିନା ଟ୍ରଫିରେ ଭାରତୀୟ ଟିମ ବିଜୟ ସେଲିବ୍ରେଶନ ପାଳନ କରିଥିଲା। ଏସିଆ କପରେ ବିଜୟ ନେଇ ବିସିସିଆଇ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଟିମ ଇଣ୍ଡିଆ ଲାଗି ୨୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି ବିସିସିଆଇ। ଏସିଆ କପରେ ବିଜୟ ନେଇ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖେଳ ପଡ଼ିଆରେ ମଧ୍ୟ ଅପରେସନ ସିନ୍ଦୂରର ଝଲକ ଦେଖିବାକୁ ମିଳିଥିଲା ବୋଲି ଏକ୍ସରେ ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Latest Posts

Don't Miss