୧୫୦ ରନରେ ଇଂଲଣ୍ଡକୁ ହରାଇ ୪-୧ରେ ଟି-ଟ୍ବଣ୍ଟି ସିରିଜ ହାତେଇଲା ଭାରତ
1 min readମୁମ୍ବାଇ: ସୂର୍ଯ୍ୟକୁମାର ବ୍ରିଗେଡର ଦ୍ଵିତୀୟ ବଡ଼ ବିଜୟ । ଟି-ଟ୍ଵେଣ୍ଟି ସିରିଜର ମୁମ୍ବାଇ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିଛି ସୂର୍ଯ୍ୟକୁମାରଙ୍କ ଟିମ । ବ୍ଯାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ସିରିଜର ଶେଷ ମ୍ୟାଚକୁ ହାତେଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଟି-ଟ୍ଵେଣ୍ଟି ସିରିଜକୁ ୪-୧ ବ୍ୟବଧାନରେ ଜିତି ନେଇଛି । ଇଂଲଣ୍ଡକୁ ୧୫୦ ରନରେ ପରାସ୍ତ କରିଛି ଭାରତ । ଆନ୍ତର୍ଜାତିକ ଟି-ଟ୍ଵେଣ୍ଟିରେ ଏହା ଭାରତର ଦ୍ଵିତୀୟ ବୃହତ ବିଜୟ । ୨୪୮ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଦଳ ମାତ୍ର ୯୭ ରନ କରି ୧୦ ଓଭର ୩ଟି ବଲରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡର ୱିକେଟ କିପର ଫିଲ ସଲ୍ଟ ୨୩ ବଲରେ ଧୂଆଁଧାର ୫୫ ରନ କରିଥିଲେ । ତେବେ ଟିମକୁ ବିଜୟ ଦେଇପାରି ନଥିଲେ ସଲ୍ଟ । ବେଥେଲ ୧୦ ରନ କରିଥିଲେ । ଅନ୍ୟ କୌଣସି ଇଂଲିଶ ବ୍ଯାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଭାରତର ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଏବଂ ଅଭିଶେକ ଶର୍ମା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ରବି ବିଷ୍ଣୋଇ ଗୋଟିଏ ୱିକେଟ ନେଇଥିଲେ ।
ପ୍ରଥମେ ବ୍ଯାଟିଂ କରି ଇଂଲଣ୍ଡ ଆଗରେ ୨୪୮ ରନର ଟାର୍ଗେଟ ଦେଇଥିଲା ଭାରତ । ୩୭ ବଲରେ ଦ୍ରୁତତମ ଶତକ ହାସଲ କରି ଦଳ ପାଇଁ ବିଶାଳ ସ୍କୋର ଛିଡା କରିଥିଲେ ଅଭିଷେକ ଶର୍ମା । ଅଭିଷେକ ୫୪ ବଲରୁ ସର୍ବାଧିକ ୧୩୫ ରନ କରିଥିଲେ । ଶିବମ ଦୁବେ ୩୦ ରନ କରିଥିବାବେଳେ ଅନ୍ଯମାନେ ସେପରି ଆଖିଦୃଶିଆ ସ୍କୋର କରିପାରି ନଥିଲେ । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ୩ ୱିକେଟ ଓ ମାର୍କ ଉଡ ୨ଟି ୱିକେଟ ନେଇଥିଲେ । ୨୪୮ ରନ ଟାର୍ଗେଟ ନେଇ ଖେଳ ଆରମ୍ଭ କରିଛି ଇଂଲଣ୍ଡ ।