୨୦୩୦ରେ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଆର୍ଥିକ ଶକ୍ତି

1 min read
India Will World's 3rd Biggest Economy in 2030 CEBR Report

ନୂଆଦିଲ୍ଲୀ: ବ୍ରିଟେନକୁ ପଛରେ ପକାଇ ଭାରତ ୨୦୨୫ ସୁଧା ବିଶ୍ୱର ପଞ୍ଚମ ବୃହତ ଆର୍ଥିକ ଶକ୍ତି ଭାବେ ଉଭା ହେବ । କେବଳ ଏତିକି ନୁହେଁ ଯଦି ଆର୍ଥିକ ଅଭିବୃଦ୍ଧି ହାର ଜାରି ରହେ ତେବେ ୨୦୩୦ ବେଳକୁ ଭାରତ ବିଶ୍ୱର ତୃତୀୟ ବୃହତ ଆର୍ଥିକ ଶକ୍ତିରେ ପରିଣତ ହେବ ।

India Will World's 3rd Biggest Economy in 2030 CEBR Report

କରୋନା କାରଣରୁ ଭାରତର ଅର୍ଥ ବ୍ୟବସ୍ଥାକୁ ଜୋରଦାର ଝଟକା ଲାଗିଛି । ତେଣୁ ୨୦୨୦ରେ ଭାରତୀୟ ଅର୍ଥବ୍ୟବସ୍ଥା ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ନମ୍ବରରେ ଅଛି । ୨୦୧୯ରେ ଭାରତ ବ୍ରିଟେନକୁ କାଟି ପଞ୍ଚମ ସ୍ଥାନ କବଜା କରିଥିଲା । କିନ୍ତୁ ୨୦୨୦ରେ କରୋନା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି ।

ବ୍ରିଟେନର ପ୍ରମ୍ମୁଖ ଆର୍ଥିକ ଅନୁସନ୍ଧାନ କେନ୍ଦ୍ର ସେଣ୍ଟର ଫର ଇକୋନମିକ୍ ଆଣ୍ଡ୍ ବିଜନେସ ରିସର୍ଚ୍ଚ (CEBR)ର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ମହାମାରୀ କାରଣରୁ ଭାରତୀୟ ଅର୍ଥ ବ୍ୟବସ୍ଥା କିଛିଟା ପ୍ରଭାବିତ ହୋଇଛି । କେବଳ ଏହି କାରଣରୁ ଏହା ୨୦୧୯ରେ ବ୍ରିଟେନକୁ ଟପି ଯାଇଥିବା ବେଳେ ଏଥରକ ବ୍ରିଟେନ୍ ପଛରେ ଅଛି ।

India Will World's 3rd Biggest Economy in 2030 CEBR Report

ରିପୋର୍ଟ ଅନୁସାରେ ୨୦୨୪ ପର୍ଯ୍ୟନ୍ତ ବ୍ରିଟେନ ବିଶ୍ୱର ପଞ୍ଚମ ବୃହତ୍ ଆର୍ଥିକ ଶକ୍ତି ହୋଇ ରହିବ । କିନ୍ତୁ ଏହା ପରେ ଭାରତ ବ୍ରିଟେନକୁ ପଛରେ ପକାଇ ଆଗକୁ ଯିବ । ଭାରତୀୟ ମୁଦ୍ରା ଦୁର୍ବଳ ହେବା କାରଣରୁ ଏଭଳି ହୋଇଛି ବୋଲି ରିପୋର୍ଟରେ ଅନୁମାନ କରାଯାଇଛି । ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୯ ପ୍ରତିଶତ ଓ ୨୦୨୨ରେ ୭ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି ।

ସିଇବିଆରର କହିବା ହେଉଛି ଯେ, ଭାରତ ଆର୍ଥିକ ଭାବେ ବିକଶିତ ହେବା ସହିତ ଏହାର ଅଭିବୃଦ୍ଧି ହାର ହ୍ରାସ ପାଇବ । ବିକାଶ ସହିତ ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇବା ସ୍ୱଭାବିକ ବୋଲି ରିପୋର୍ଟ କହୁଛି । ରିପୋର୍ଟ ଅନୁସାରେ ୨୦୩୫ ବେଳକୁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇ ୫.୮କୁ ଖସି ଆସିବ । ଏହି ଅନୁମାନ ଅନୁସାରେ ୨୦୨୫ରେ ଭାରତ ବ୍ରିଟେନକୁ, ୨୦୨୭ରେ ଜର୍ମାନୀ, ୨୦୩୦ରେ ଜାପାନକୁ ଅତିକ୍ରମ କରିଯିବ ।

India Will World's 3rd Biggest Economy in 2030 CEBR Report

ରିପୋର୍ଟରେ ଆମେରିକାର ଅର୍ଥ ବ୍ୟବସ୍ଥାକୁ ନେଇ ଗମ୍ଭୀର ଭବିଷ୍ୟବାଣୀ କରାଯାଇଛି । ଏହା ଅନୁସାରେ ୨୦୨୮ରେ ଆମେରିକା ବିଶ୍ୱର ଏକ ନମ୍ବର ଆର୍ଥିକ ଶକ୍ତି ହୋଇ ରହିବ ନାହିଁ । ୨୦୨୮ରେ ଆମେରିକାକୁ ଗାଦିଚ୍ୟୁତ କରି ଚୀନ୍ ବିଶ୍ୱର ଏକ ନମ୍ବର ଆର୍ଥିକ ଶକ୍ତି ଭାବେ ଉଭା ହେବ ।
ସିଇବିଆର ଅନୁସାରେ ଭାରତର ଆର୍ଥିକ ବିକାଶ ହାର କରୋନା ଦ୍ୱାରା ବାଧାପ୍ରାପ୍ତ ହୋଇଥିଲା । ୨୦୧୯ରେ ବିକାଶ ହାର ୪.୨ ପ୍ରତିଶତକୁ ଖସି ଆସିଥିଲା ଯାହା ଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ଥିଲା ।

Leave a Reply