ଏସୀୟ କ୍ରୀଡ଼ାରେ ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ : ଏସୀୟ କ୍ରୀଡ଼ାରେ ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ  ।  ଆଜି ଫାଇନାଲରେ ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ  । ଅପରାହ୍ମ ୪ଟାରେ ସୁନା ପାଇଁ ଲଢିବ ଭାରତ  । ପୁରୁଷ ହକିରୁ ଭାରତର ପଦକ ପକ୍କା ଥିବାବେଳେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଖେଳାଳି  । ସେମିଫାଇନାଲରେ ଭାରତ ୫-୩ ଗୋଲରେ ଶକ୍ତିଶାଳୀ କୋରିଆକୁ ପରାସ୍ତ କରିଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି। ୨୦୧୪ ପରେ ଏସିଆନ ଗେମ୍ସରେ ଭାରତ ଫାଇନାଲକୁ ଯାଇଛି  । ୨୦୧୮ରେ ଭାରତ ବ୍ରୋଞ୍ଜ ପଦକ ହାତେଇଥିବାବେଳେ ଚଳିତଥର ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛି  ।India vs Japan hockey, Asian Champions Trophy 2023 semi-final, result and  score

ଗୋଲ୍ଡ ଜିତିଲେ  ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ  । ସେପଟେ ଆଜି ଫାଇନାଲ ପାଇଁ ଲଢେଇ କରିବ ଭାରତୀୟ ପୁରୁଷ କ୍ରିକେଟ ଟିମ୍ । ସେମିଫାଇନାଲରେ ବାଂଲାଦେଶକୁ ଟକ୍କର ଦେବ ଇଣ୍ଡିଆ  । କ୍ବାର୍ଟର ଫାଇନାଲରେ ଭାରତ ନେପାଳ ବିରୋଧରେ ସହଜ ବିଜୟ ହାସଲ କରି ସେମିଫାଇନାଲକୁ ଆସିଛି  ।