spot_img

Latest Posts

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍, ଆଜିର ମ୍ୟାଚରେ ଏମାନଙ୍କ ଉପରେ ରହିବ ନଜର

ନନ୍ଦିଘୋଷ ବ୍ୟୁରୋ: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଟି-୨୦ ଖେଳିବ ଭାରତ । ଭାରତ ନିକଟରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଇବା ପରେ ଏବେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ ହାତେଇବା ଲକ୍ଷ୍ୟରେ ମେ ଇନ ବ୍ଲୁ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ରେ ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କ ଉପରେ ଯଦି ନଜର ପକାଇବା ତାହେଲେ ଆଗରେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ସେ ୧୭ ମ୍ୟାଚରେ ୨୪୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକୀୟ ପାଳି ମଧ୍ୟ ରହିଛି । ସେପଟେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସୁରେଶ ରାଇନା । ସେ ୧୨ ମ୍ୟାଚରୁ ୩୩୯ ରନ ସଂଗ୍ରହ କରିଛନ୍ତି । ସେପଟେ ତୃତୀୟ ସ୍ଥାନରେ ବିରାଟ କୋହଲି ରହିଥିବାବେବଳେ ଚତୁର୍ଥ ସ୍ଥାନରେ ଶିଖର ଧାଓ୍ବନ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ଦିନେଶ କାର୍ତ୍ତିକ।

ସେପଟେ ଆଜିର ମ୍ୟାଚରେ ଯୁବ ଖେଳାଳିମାନେ ମଇଦାନୁ ଓହ୍ଲାଇବାକୁ ଯାଉଥିବାବେଳେ ଗିଲ ଏବଂ ଜୟସ୍ବାଲ ପ୍ରାରମ୍ଭିକ ପାଳି ଖିଭଳି ଆରମ୍ଭ କରୁଛନ୍ତି ତାହା ସମସ୍ତଙ୍କ ନଜର ରହିଛି । ସେପଟେ ରିଙ୍କୁ ସିଂହ ଏବଂ ଶ୍ରେୟସ ଆୟାର ମିଡିଲ ଅର୍ଡର ସମ୍ଭାଳିବା ସହ ଦଳ ବିଜୟର ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି । ସେପଟେ ବୋଲିଂରେ ମଧ୍ୟ ଦଳ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏବେ ଦଳର ବହୁ ଖେଳାଳି ଫର୍ମରେ ରହିଥିବାବେଳେ କାହାକୁ ସ୍ଥାନ ମିଳୁଛି ତାହା ଦେଖିବାକୁ ବାକି ରହିଛି । ୨୦୨୪ରେ ଟି-୨୦ ବିଶ୍ବକପ ରହିଥିବାବେଳେ ଏହି ସିରିଜ ମଧ୍ୟ ଗୁରୁତ୍ବ ବହନ କରୁଛି ।

Latest Posts

Don't Miss