୩ୟ ପର୍ଯ୍ୟାୟରେ ଦୁଇ ଟିକାର ପରୀକ୍ଷଣ, ଡିସେମ୍ୱର ସୁଦ୍ଧା ଜଣାପଡ଼ିବ ଫଳ…

1 min read
India reports 47,262 new COVID19 cases

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଭାରତକୁ ଅସ୍ତବ୍ୟସ୍ତ କଲାଣି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଘୋଷଣା ଭାରତୀୟଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ସାମ୍ୱାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅକ୍ସଫୋର୍ଡ ଭ୍ୟାକ୍ସିନ ଓ ଭାରତର କୋଭାକ୍ସିନର ପରୀକ୍ଷଣ ଏବେ ୩ୟ ପର୍ଯ୍ୟାୟରେ ପହଞ୍ଚିଛି । ଫଳାଫଳ ନଭେମ୍ୱର-ଡିସେମ୍ୱର ସୁଦ୍ଧା ଆସିଯିବ । ତେବେ ଭ୍ୟାକ୍ସିନ ସମ୍ୱନ୍ଧୀତ ଖର୍ଚ୍ଚ ଉପରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଇଛି ଯେ ଉଭୟ ଭ୍ୟାକ୍ସିନର ସମସ୍ତ ପ୍ରକ୍ରିୟାକରଣ ପାଇଁ ସରକାର ଟଙ୍କା ଯୋଗାଇଛନ୍ତି । କ୍ଲିନିକାଲ୍ ଟ୍ରାଏଲ ପାଇଁ ଯାହା ଖର୍ଚ୍ଚ ହେବ ସେ ସବୁ ସ୍ୱାସ୍ଥ୍ୟ ବିଭାଗ ବହନ କରୁଛି ।

ତେବେ ଏବେ ସିଙ୍ଗିଲ୍ ଓ ଡବଲ ଡୋଜ୍ ଟିକା ଉପରେ ନଜର ରହିଛି । ଭ୍ୟାକ୍ସିନ ସଫଳ ହେଲେ ବ୍ୟକ୍ତିଙ୍କୁ ଏହି ଭଳି ଭାବେ ଭ୍ୟାକ୍ସିନେଟ୍ କରାଯିବ । ଏସବୁ ବ୍ୟତୀତ ଦେଶରେ କରୋନାର ସାମ୍ପ୍ରତିକ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାବ ସୂଚନା ଦେଇଛିଯ କରୋନାଜନିତ ମୃତକଙ୍କ ମଧ୍ୟରେ ୧୦ ପ୍ରତିଶତ ଯୁବବର୍ଗ ରହିଥିବା କୁହାଯାଇଛି । ଏମାନଙ୍କ ବୟସ ୨୬ରୁ ୪୪ ବର୍ଷ ଅଟେ । ସେହିଭଳି ୩୫ ପ୍ରତିଶତ ମୃତ୍ୟୁ ୪୫ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କର ହୋଇଛି ।

ସେହିଭଳି ୬୨ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଥିବା ବେଳେ ଦେଶରେ ସଂକ୍ରମଣ ହାର ୮.୦୭ ପ୍ରତିଶତ ରହିଛି । ତେବେ ଆଇସିଏମଆର୍ ପକ୍ଷରୁ ଜଣାଯାଇଛି ଯେ, ବିଶ୍ୱରରେ ଅନେକ ବ୍ୟକ୍ତି ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବାର ଉଦାହରଣ ସାମ୍ନାକୁ ଆସିଲାଣି । ଭାରତରେ ମଧ୍ୟ ଏଭଳି ନମୁନା ଚିହ୍ନଟ ହେଲାଣି । ମାତ୍ର ଦେଶରେ ଦୁଇ ଥର ସଂକ୍ରମିତ ହେବା ରୋଗୀଙ୍କ ସଂଖ୍ୟା ନଗଣ୍ୟ ରହିଛି । ତେବେ ଦ୍ୱିତୀୟ ଥର ସଂକ୍ରମଣ ହେବା ପାଇଁ ଦିନ ବ୍ୟବଧାନ ଅତିକମରେ ଶହେ ଦିନ ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply