spot_img

Latest Posts

ଆଜିର ଦିନରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଆଜି  ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ। ଜହ୍ନରାଇଜରେ  ଓହ୍ଲାଇ ତଥ୍ୟ ପଠାଇଥିଲା ରୋଭର୍ ପ୍ରଜ୍ଞାନ। ମହାକାଶ ଯାତ୍ରା କ୍ଷେତ୍ରରେ ଏହି ସଫଳତାକୁ ନେଇ ପ୍ରତିବର୍ଷ ଆଜିର ଦିନ ୨୩ ଅଗଷ୍ଟରୁ ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ପାଳନ ହେଉଛି ପ୍ରଥମ ଜାତୀୟ ମହାକାଶ ଦିବସ। ଚଳିତ ବର୍ଷର ଥିମ ରହିଛି ଟଚିଂ ଲାଇଭସ ହ୍ଵାଇଲ ଟଚିଂ ମୁନ୍। ଏହି ଅବସରରେ ପ୍ରାୟ ମାସେ ଧରି ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବ ବର୍ଣ୍ଣାଢ୍ୟ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ରହିବେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ସମେତ ଅନେକ ପ୍ରମୁଖ ବ୍ଯକ୍ତିତ୍ଵ ।

Latest Posts

Don't Miss