ଭାରତ-ୱେଷ୍ଟଇଣ୍ଡିଜ ୪ର୍ଥ ଟି-୨୦: ଟସ୍ ଜିତି ଇଣ୍ଡିଜର ବୋଲିଂ ନିଷ୍ପତ୍ତି

1 min read

ଫ୍ଲୋରିଡା: ଫ୍ଲୋରିଡାରେ ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି  । ସେହିପରି ଆହ୍ୱାନକ୍ରମେ ଭାରତୀୟ ଦଳ ବ୍ୟାଟିଂ କରିଛି । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ପ୍ରାରମ୍ଭିକ ବ୍ୟାଚ୍ସମ୍ୟାନ ଭାବେ କ୍ରୀଜକୁ ଓହ୍ଲାଇଛନ୍ତି ।  ଗତ ୨୨ ତାରିଖରୁ ଭାରତୀୟ କ୍ରିକେଟ ଦଳ ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ବିଜୟୀ ହେବା ପରେ ଏବେ ଦୁଇ ଦେଶ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ ଚାଲିଛି ।

ତିନୋଟି ଟି-୨୦ ମ୍ୟାଚ୍ ଖେଳ ସରିଛି ।  ପ୍ରଥମ ଓ ତୃତୀୟରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଣ୍ଡିଜ ବିଜୟୀ ହୋଇଥିଲା । ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିବା ପରେ ଭାରତ ସିରିଜ ବିଜୟୀ ହେବ । ପଞ୍ଚମ ମ୍ୟାଚ୍ ୭ ତାରିଖରେ ଖେଳାଯିବ । ଦୁଇ ଦେଶ ଆଜିର ମ୍ୟାଚ ଜିତିବା ପାଇଁ ପୂର୍ଣ୍ଣ ପ୍ରୟାସ କରିବେ । ଆଜିର ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ ଓ ଶ୍ରେୟସ ଆୟରଙ୍କ ସ୍ଥାନରେ ରବି ବିଷ୍ଣୋଇ, ଅକ୍ସର ପଟେଲ ଏବଂ ସଞ୍ଜୁ ସାମସନଙ୍କୁ ସ୍ଥାନ ଦିଆଯାଇଛି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଆଭେଶ ଖାନ, ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ଅର୍ସଦୀପ ସିଂହ ।

ୱେଷ୍ଟ ଇଣ୍ଡିଜ: ବ୍ରାଣ୍ଡନ କିଙ୍ଗ, କେଲ୍ ମେୟର୍ସ, ନିକୋଲସ ପୂରନ (ଅଧିନାୟକ), ରୋଭିମାନ ପୋୱେଲ, ସିମ୍ରନ ହେଟମେୟର, ଡେଭନ ଥୋମାସ (ୱିକେଟକିପର), ଜେସନ ହୋଲ୍ଡର, ଡୋମିନିକ ଡ୍ରେକସ, ଅକିଲ ହୁସେନ, ଅଲଜାରି ଜୋଶେଫ, ଓବେଡ ଏମକୟ ।