ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ: ଭାରତ ପାଇଁ କର ବା ମର ପରିସ୍ଥିତି

1 min read

ବିଶାଖାପାଟଣା: ଆଜି ବିଶାଖାପାଟଣାରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ । ଦିନ ୧:୩୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସଦୃଶ । ଭାରତ ଜିତିଲେ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ବରାବର ସ୍ଥିତିକୁ ଆସିବ, ନହେଲେ ବିରାଟ ବାହିନୀ ହାତରୁ ଖସିଯିବ ସିରିଜ୍‌ । ଏଥିସହ ୯ ଦ୍ୱିପାକ୍ଷିକ ଶୃଙ୍ଖଳା ପରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ଠାରୁ ସିରିଜ ହାରିବ ଭାରତ ।

ସେପଟେ ପ୍ରଥମ ମ୍ୟାଚ୍‌ ଜିତି ଉତ୍ସାହିତ ଥିବା କାରବିୟାନ ଟିମ୍‌ର ଯୁବ ବ୍ରିଗେଡ ଆଜି ବଡ଼ ବିପର୍ଯ୍ୟୟ ଘଟାଇ ଭାରତରେ ଭାରତଠାରୁ ସିରିଜ ଛଡ଼ାଇ ନେବା ଲକ୍ଷ୍ୟରେ ରହିଛି । ତେବେ ଭିଡିସିଏ ଷ୍ଟାଡିୟମରେ ବଡ଼ ସ୍କୋରର ସମ୍ଭାବନା ରହିଛି । ଅଧିକାଂଶ ସମୟ ଏଠାରେ ଗୋଟିଏ ପାଳିରେ ୩୦୦ ପାଖାପାଖି ରନ୍‌ ହୋଇଆସୁଛି । ତେଣୁ ୱେଷ୍ଟଇଣ୍ଡିଜର ଯ଼ୁବ ବିସ୍ଫୋରକ ବ୍ୟାଟ୍‌ସମ୍ୟାନଙ୍କୁ ଅଟକାଇବା ଭାରତ ପାଇଁ ଏତେ ସହଜ ହେବନି । ସେପଟେ ପ୍ରଥମ ମ୍ୟାଚ୍‌ ହାରିବା ପରେ ଭାରତ ପ୍ଲେଇଂ ଇଲେଭେନରେ  ପରିବର୍ତ୍ତନ କରିପାରେ । ଚେନ୍ନାଇରେ ନିଷ୍ପ୍ରଭ ବୋଲିଂ ପରେ ଶିଭମ ଦୁବେ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭିତରୁ ଜଣଙ୍କୁ ବାଛିପାରେ ଦଳ । ତାଙ୍କ ସ୍ଥାନରେ ଖେଳିପାରନ୍ତି  ୟୁଜୁବେନ୍ଦ୍ର ଚହଲ ।

Leave a Reply