ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦; ୱେଷ୍ଟଇଣ୍ଡିଜକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ: ୫ମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ୱେଷ୍ଟିଣ୍ଡିଜ ସମ୍ମୁଖରେ ୧୬୬ ରନର ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଛି ।  ସୂର୍ଯ୍ୟକୁମାର ଯାଦବ ୬୧ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ଟି-୨୦ କ୍ୟାରିଅରର ୧୫ତମ ଅର୍ଦ୍ଧଶତକ ମାରିଛନ୍ତି । ସୂର୍ଯ୍ୟଙ୍କ ବ୍ୟତୀତ ତିଲକ ବର୍ମା ୧୮ଟି ବଲରେ ୨୭ରନର ଇନିଂସ ଖେଳିଥିଲେ । ବର୍ମା ଏହି ଇନିଂସରେ ତିନୋଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିୟୋ ଶେଫର୍ଡ ଚାରୋଟି ୱିକେଟ୍ ଅକ୍ତିଆର କରିଥିଲେ । ଅକିଲ ହୁସେନ ଏବଂ ଜେସନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଏହି ମୁକାବିଲା ଲଡରହିଲ ସ୍ଥିତ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜରେ ୨-୨ରେ ବରାବର ସ୍ଥିତିରେ ଅଛନ୍ତି ଉଭୟ ଦେଶ । ଆଜିର ମ୍ୟାଚ୍ ଯିଏ ଜିତିବ ସେ ସିରିଜ ବିଜୀୟ ହେବ ।