ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଆଜି ଶେଷ ମ୍ଯାଚ

1 min read

ନୂଆଦିଲ୍ଲୀ : ଭାରତ-ଶ୍ରୀଲଙ୍କା ତିନିଟିକିଆ ଦିନିକିଆ ସିରିଜର ଆଜି ଶେଷ ମ୍ଯାଚ । ସିରିଜ ବଞ୍ଚାଇବା ଲକ୍ଷ୍ଯରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ଯାଚ ଟାଇ ହୋଇଥିବାବେଳେ ଦ୍ବିତୀୟ ମ୍ଯାଚ ଭାରତ ହାରିସାରିଛି । ଏଣୁ ଆଜିର ମ୍ଯାଚ ଜିତି ସିରିଜ ବଞ୍ଚାଇବାକୁ ଟିମ୍ ଇଣ୍ଡିଆ ଉଦ୍ଯମ କରିବ । ଭାରତ ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ ।

ଆଜିର ମ୍ଯାଚ ହାରିଲେ ଭାରତ ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ଦ୍ବିପାକ୍ଷିକ ଶୃଙ୍ଖଳା ପରାଜିତ ହେବ । ଶେଷ ଥର ପାଇଁ ଭାରତ ୧୯୯୭ରେ ଦିନିକିଆ ଶୃଙ୍ଖଳା ହାରିଥିଲା । ପ୍ରଥମ ଦୁଇ ଦିନିକିଆରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟର୍ ନିରାଶ କରିଛନ୍ତି। ଦ୍ବିତୀୟ ମ୍ୟାଚ୍ରେ ରୋହିତ ଶର୍ମା ଭଲ ଆରମ୍ଭ ଦେବା ସତ୍ତ୍ବେ କୋହଲି ଏହାକୁ ଆଗକୁ ନେଇପାରି ନଥିଲେ । ଉପଅଧିନାୟକ ଶୁବମନ ଗିଲଙ୍କ ସହିତ ଶିବମ ଦୁବେ ବି ଫାଇଦା ଉଠାଇ ପାରିନାହାନ୍ତି । କଲମ୍ବୋରେ ଆଜି ବର୍ଷାର ପୂର୍ବାନୁମାନ ରହିଥିଲେ ମଧ୍ୟ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯିବା ଭଳି ପରିସ୍ଥିତି ଆସିବ ନାହିଁ ।